ଖରା ଦିନ ପାଇଁ ତ୍ୱଚାରେ ଲଗାନ୍ତୁ ଏହି ପ୍ୟାକ

0

ଗରମ ଆରମ୍ଭ ହେବା ମାତ୍ରେ ଚେହେରାରେ ସନ ଟାନ, ପିମ୍ପଲସ, କଳା ଦାଗ, ଶୁଖିଲା ପଣ ପରି ସମସ୍ୟା ମାନ ଦେଖାଦେଇଥାଏ । ଏଥିରୁ ତ୍ରାହି ପାଇବା ପାଇଁ ତଥା ତ୍ୱଚାରେ ଚମକ ଆଣିବା ପାଇଁ ଝିଅମାନେ ପାର୍ଲରରେ ହଜାର ହଜାର ଟଙ୍କା ଉଡାଇବା ପାଇଁ ବି ପଛାଉ ନାହାନ୍ତି । ଆଉ ନିଜେ ବି ସାଙ୍ଗ ସାଥୀଙ୍କୁ ପଚାରି ଏକ୍ସପେରିମେଣ୍ଟ କରି ବିଭିନ୍ନ ପ୍ରକାରର କ୍ରିମ ଆଦି ଲଗାଇ ପକାଉଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଦେଶୀ ତରିକା ବାବଦରେ କହିବାକୁ ଯାଉଛୁ । ଯେଉଁଥିରେ ଆପଣଙ୍କର ବେଶୀ ଟଙ୍କା ଖର୍ଚ୍ଚ ହେବନାହିଁ କି ତ୍ୱଚାରେ କୌଣସି ପ୍ରକାର କୁପ୍ରଭାବ ପଡିବ ନାହିଁ । ଏହା ସହ ଗରମ କାରଣରୁ ତ୍ୱଚାରେ ଦେଖାଦେଉଥିବା ସମସ୍ୟା ମାନ ବି ହେବ ନାହିଁ ।

ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:
କଞ୍ଚା ଆଳୁ- ଗୋଟିଏ, ମହୁ- ଗୋଟେ ଚାମଚ, ମୁଲତାନି ମାଟି- ଗୋଟେ ଚାମଚ, ଗୋଲାପ ଜଳ- ଅଳ୍ପ ଟିକେ, ଏସଏନସିଆଲ ଅଏଲ
କେମିତି ପ୍ରସ୍ତୁତ କରିବେ ପ୍ୟାକ-
-ପ୍ରଥମେ ଆଳୁକୁ ସିଝାଇ ଦିଅନ୍ତୁ | ପରେ ଏହାର ଚୋପା ଛଡ଼ାଇ ଭଲ ଭାବରେ ଚକଟି ଦିଅନ୍ତୁ ।
-ଏହା ପରେ ଏଥିରେ ମହୁ, ଗୋଲାପ ଜଳ, ମୁଲତାନି ମାଟି ଭଲ ଭାବରେ ମିଶାଇ ଦିଅନ୍ତୁ । ଚାହିଁଲେ ମୁଲତାନି ମାଟି ଜାଗାରେ ବେସନ କିମ୍ବା ଚନ୍ଦନ ପାଉଡର ବ୍ୟବହାର କରିପାରିବେ ।
-ନିଜ ସ୍କିନ ଟାଇପ ଅନୁଯାୟୀ କୌଣସି ବି ଏସଏନସିଆଲ ଅଏଲ ମିଶାଇ ପାରିବେ ।
କେମିତି ଲଗାଇବେ ପ୍ୟାକ:
1. ଆଳୁ ଚେହେରାରୁ କଳା ଦାଗ, ସନ ଟ୍ୟାନକୁ କମ କରିବାରେ ସାହାଯ୍ୟ କରେ । କାହିଁକିନା ଆଳୁରେ ଭରପୁର ମାତ୍ରାରେ ଭିଟାମିନ ସି ରହିଥାଏ । ଯାହାକି ସୂର୍ଯ୍ୟ ଦାଉରୁ ହେଉଥିବା କ୍ଷୟକ୍ଷତିରୁ ତ୍ୱଚାକୁ ସୁରକ୍ଷା ଦେଇଥାଏ | ମୃତ କୋଷିକା ଗୁଡିକୁ ହାତେଇବା ସହିତ ରେଖା ଗୁଡିକୁ ବି ଦୂର କରିଥାଏ ।
2. ମହୁ ହେଉଛି ଏକ ପ୍ରାକୃତିକ ହ୍ୟୁମେକଟାଣ୍ଟ । ଯାହାକି ତ୍ୱଚାକୁ ନରମ ରଖିଥାଏ । ଯେଉଁଥିରୁ ମୁହଁରୁ ଦାଗ ଦୂର ହୋଇଥାଏ ।
3. ତ୍ୱଚାରୁ ଦାଗ ଦୂର କରିବା ସହିତ ତ୍ୱଚାକୁ ଥଣ୍ଡା ପହଞ୍ଚାଈ ଥାଏ । ଏହା ସହ ସନ ଟ୍ୟାନ, ସନ ବର୍ଣ୍ଣ ଦାଉରୁ ମଧ୍ୟ ରକ୍ଷା କରିଥାଏ ।

Leave a comment