ପଦ୍ମ ପୋଖରୀରେ ଅପରାଜିତା

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜନୀତିରେ ସରକାର ଓ ବିରୋଧୀ ଙ୍କ ମଧ୍ୟରେ ଛକାପଞ୍ଜା ଲାଗିରହିଥାଏ । ବର୍ତ୍ତମାନ ରାଜ୍ୟ ରାଜନୀତିରେ ବିଜେଡି ଆଉ ମୁଖ୍ୟ ବିରୋଧୀ ନହେଲେବି ବିଜେପି ହୋଇଛି ଏବେ ପ୍ରତିଦ୍ୱନ୍ଦୀ । ଏଇ ଭିତରେ ଗୋଟିଏ ପଟେ ରାଜ୍ୟ ସରକାର ବିଶ୍ୱକପ ହକି ଆୟୋଜନ କରି ପ୍ରଶଂସା ସାଉଁଟୁ ଥିବାବେଳେ ଅପର ପକ୍ଷରେ ବିଜେପି ରଣନୀତି ପ୍ରସ୍ତୁତ କରୁଛି । ନବୀନ ପଟ୍ଟନାୟକ ଗୋଟିଏ ପଟେ ଏକ ଡର୍ଜନରୁ ଅଧିକ ଦେଶର ଖେଳାଳିଙ୍କୁ ସ୍ୱାଗତ କରୁଥିବା ବେଳେ ବିଜେପି ନବୀନଙ୍କ ବିରୋଧରେ ଅସ୍ତ୍ର ତିଆରି କରୁଛି । ତାହା ପୁଣି ରାଜନୀତିରେ ସମ୍ପୂର୍ଣ୍ଣ ଅଜଣା ହୋଇଥିବା ଅପରାଜିତଙ୍କୁ ପଦ୍ମ ଧରାଇଛି ।

ସୂଚନା ଅନୁଯାୟୀ, ଆଜି ଅପରାଜିତା ଷଢଙ୍ଗୀ ଦିଲ୍ଲୀ ସ୍ଥିତ ବିଜେପିର ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହାଙ୍କ ବାସ ଭବନରେ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ବିଜେପି ସଭାପତି ବସନ୍ତ ପଣ୍ଡା, ଏବଂ ଓଡ଼ିଶା ପ୍ରଭାରୀ ଅରୁଣ ସିଂ ପ୍ରବୃତ୍ତି ଉପସ୍ଥିତ ଥବା ଜଣାପଡ଼ିଛି । ଆସନ୍ତା କାଲି ଅପରାଜିତ ଓଡ଼ିଶା ଫେରୁଥବା ସୂଚନା ମିଳିଛି । ଅପରାଜିତାଙ୍କ ବିଜେପିରେ ଯୋଗଦାନକୁ ନେଇ ରାଜ୍ୟ ବିଜେପି କର୍ମୀଙ୍କ ମନୋବଳ ଦ୍ୱିଗୁଣିତ ହୋଇଛି । ପୂର୍ବରୁ ଭୁବନେଶ୍ୱରରୁ ସାଂସଦ ପଦ ପାଇଁ ଅପରାଜିତା ଲଢ଼ିବେ ବୋଲି ଶୁଣିବାକୁ ମିଳୁଥିବା ସମୟରେ ବର୍ତ୍ତମାନ ଏହାକୁ ନେଇ ଏକ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଦିଲ୍ଲୀରେ ଯେପରି ଆଇ.ପି.ଏସ ଅଫିସର କିରଣ ବେଦି ଙ୍କୁ ଆଣି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ଦିଲ୍ଲୀ ରାଜନୀତିକୁ ସରଗରମ କରିଥିଲେ ଅମିତ ସାହା । ଓଡ଼ିଶା ରେ ସେହିଭଳି ସ୍ୱଚ୍ଛ ଦକ୍ଷ ଆଇ.ପି.ଏସ ଅଫିସର ଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବେ ବୋଲି ରାଜ୍ୟ ବିଜେପି ମହଲରେ ପ୍ରତ୍ୟକ୍ଷ ରେ ନହେଲେ ମଧ୍ୟ ପରୋକ୍ଷରେ ଶୁଣିବାକୁ ମିଳୁଛି ।

ଦଳରେ ଯୋଗଦେବା ପରେ ଶ୍ରୀମତୀ ଷଢଙ୍ଗୀ କହିଛନ୍ତି । ଚାକିରୀ ରେ ଥିବା ସମୟରେ ଏକ ସୀମିତ ବତାବରଣରେ ଲୋକଙ୍କ ହିତରେ କାର୍ଯ୍ୟ କରିବା ପାଇଁ ବାଧା ସୃଷ୍ଟି ହେଉଥିଲା । ରାଜନୀତିରେ ସେପରି କୌଣସି ପ୍ରତିବନ୍ଧକ ନଥାଏ । ନରେନ୍ଦ୍ର ମୋଦି ଙ୍କ ବିକାଶ ଧାରା ତାଙ୍କୁ ଅନୁପ୍ରାଣିତ କରିଛି । ତେଣୁ ସେ ବିଜେପିରେ ଯୋଗଦାନ କରିଛନ୍ତି ବୋଲି ମତପ୍ରକାଶ କରିଛନ୍ତି ।

Leave a comment