ମହିଳା ସାଂସଦଙ୍କୁ କାହିଁକି ହାରାସ୍ କରାଯାଉଛି : ଅପରାଜିତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଣ୍ଡାମାଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ମହିଳା ସାଂସଦଙ୍କୁ କାହିଁକି ହାରାସ କରାଯାଉଛି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ନିର୍ବାଚନ ମଣ୍ଡଳୀର ଉନ୍ନତି ଲାଗି ପ୍ରତିଦିନ ସହକର୍ମୀଙ୍କ ସହ ୧୫-୧୬ ଘଣ୍ଟା କାମ କରୁଛି । ବରିଷ୍ଠ ନାଗରିକଙ୍କୁ ଯଦି ଢେଲା ଲାଗିଥାନ୍ତା ତାହାଲେ କିଏ ଦାୟୀ ରହିଥାନ୍ତା ? ବିରୋଧର ବି ଗୋଟେ ସୀମା ଥାଏ। ଶାଳୀନତା ସହ ବିରୋଧ ହେବା ଉଚିତ ବୋଲି ଅପରାଜିତା କହିଛନ୍ତି ।

ଏନସିଆରବି ୨୦୨୦ ରିପୋର୍ଟ ଅନୁଯାୟୀ ମହିଳା ଅତ୍ୟାଚାରରେ ଓଡିଶାର ସ୍ଥାନ ଦ୍ଵିତୀୟରେ ଅଛି । ଜଗନ୍ନାଥଙ୍କ ରାଜ୍ୟରେ ଗୁଣ୍ଡାଗର୍ଦି କାହିଁକି ? ୨୯ ନଭେମ୍ବରରୁ ସଂସଦ ଅଧିବେଶନ ଆରମ୍ଭ ହେବ। ଓଡ଼ିଶାରେ ନାରୀ ଅସୁରକ୍ଷିତ, ଏହି ପ୍ରସଙ୍ଗ ସଂସଦରେ ଉଠାଇବେ ବୋଲି କହିଛନ୍ତି ଅପରାଜିତା ।

Leave a comment