ବରମୁଣ୍ଡା ବସଷ୍ଟାଣ୍ଡ ପରିଦର୍ଶନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ବରମୁଣ୍ଡା ବସଷ୍ଟାଣ୍ଡ ପରିଦର୍ଶନ କରି ସେମାନଙ୍କର ସମସ୍ୟା ବୁଝି ସମାଧାନ ପାଇଁ ପ୍ରୟାସ କଲେ । ବସଷ୍ଟାଣ୍ଡର ନବୀକରଣ ଚାଲିଥିବା ବେଳେ ଏଠାରେ 118ଟି ବ୍ୟବସାୟୀ ପରିବାର 32ଟି କୁଲି ପରିବାର ର ବିଭିନ୍ନ ସମସ୍ୟା କୁ ରାଜ୍ୟ ସରକାର ଧ୍ୟାନ ଦେଉ ନାହାନ୍ତି । ଦୀର୍ଘ ଦିନ ଧରି ଦୋକାନ କରିଥିବା ସ୍ଥାଇ ଦୋକାନୀ ମାନଙ୍କୁ ତରବରିଆ ଭାବରେ ଥଇଥାନ ର ବ୍ୟବସ୍ଥା ନ କରି ସେମାନଙ୍କୁ ସେଠାରୁ ଉଠାଇ ଦେବା ପାଇଁ ରାଜ୍ୟ ସରକାର ତରଫ ରୁ ନିର୍ଦେଶ ଆସିଛି । ବସଷ୍ଟାଣ୍ଡ ର କାର୍ଯ୍ୟ କରୁଥିବା କୁଲି ମନେ ମଧ୍ୟ ବସ ଚାଲୁନଥିବା ଯୋଗୁ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ସାଂସଦ ମୋହଦୟା ସେମାନଙ୍କ ର ସମସ୍ୟା କୁ ରାଜ୍ୟ ସରକାର ଙ୍କ ନିକଟରେ ଉପସ୍ଥାପନ କରିବାର ପ୍ରତିଶ୍ରୁତି ଦେଇଛନ୍ତି ଏବଂ ସମସ୍ୟା ର ସମାଧାନ କିପରି ହେବ ସେଠି ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି ।

Leave a comment