ଚକମା ଦେବେ କି ନବୀନ ???
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଠିକ ସମୟରେ ହେବ । ଏହି ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ” ଓ.ବି.ସି ” ପ୍ରସଙ୍ଗ ଉଠାଇଛନ୍ତି । ଜାତୀୟ ରାଜନୀତି ରେ ମଧ୍ୟ ଓ.ବି.ସି ପ୍ରସଙ୍ଗ ଜୋର ଧରିଛି । ଜାତି ଭିତ୍ତିକ ଜନଗଣନା, ୫୦% ସଂରକ୍ଷଣ ସୀମା ଉଠାଇବା ପାଇଁ ୨ଡଜ଼ନ ରୁ ଅଧିକ ରାଜନୈତିକ ଦଳ ଦାବି କରିଛନ୍ତି । ଓ.ବି.ସି ପ୍ରସଙ୍ଗରେ ଉଭୟ ବିଜେପି, କଂଗ୍ରେସ ଏବଂ ମଣ୍ଡଳ ପଲିଟିକ୍ସର ଭେଟେରାନ ଶ୍ରୀକାନ୍ତ ଜେନା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ରାଜ୍ୟ ଶିକ୍ଷା, ନିଯୁକ୍ତିରେ ଓ.ବି.ସିଙ୍କୁ ଯେଉଁ ସଂରକ୍ଷଣ ଦେବା କଥା, ତାହା ଦେଇନାହଁ । ତେଣୁ ବିଜେଡି ଖୁବଶୀଘ୍ର ରାଜନୈତିକ ଅକଳରେ ପଡିଯିବ ବୋଲି କେତେକ ମନେ କରୁଛନ୍ତି । ଯଦି ଗାଁ ଗଣ୍ଡାରେ ବିଜେଡିର ଦଳୀୟ ଭିତ୍ତିରେ ୨୭% ଥୋପ କୁ ଲୋକେ ବିରୋଧ କରନ୍ତି, ତେବେ ମହାନଦୀ ସମସ୍ୟା ଭଳି ବିରୋଧୀ ଏହାର ଫାଇଦା ନେଇଯିବେ । ତେଣୁ କେତେକ ଗୁଇନ୍ଦା ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ ଘୋଷଣା ହୋଇପାରେ ।
ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଓଡ଼ିଶାରେ ଅନୁସୂଚିତ ଜାତି(ଏସ.ସି), ଅନୁସୂଚିତ ଜନଜାତି(ଏସ.ଟି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ(ଓ.ବି.ସି) ବର୍ଗରୁ ଜଣେ ଲେଖାଏଁ ପ୍ରତିନିଧି ଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ଚିନ୍ତା କରାଯାଉଛି । ଦ୍ୱିତୀୟତଃ ମହିଳା ସଶକ୍ତିକରଣ, ସେମାନଙ୍କୁ ୩୩% ସଂରକ୍ଷଣ ପ୍ରସଙ୍ଗ ମଧ୍ୟ ବିଜେଡି ଉଠାଉଛି । ତେଣୁ ପଛୁଆ ବର୍ଗର ଜଣେ ମହିଳାଙ୍କୁ ବିଜେଡି ଉପମୁଖ୍ୟମନ୍ତ୍ରୀ କରିବା ବିଶେଷ ସମ୍ଭାବନା ରହିଛି । ତେଣୁ ଏହି ପଦକ୍ଷେପର ଉଭୟ ସକାରାତ୍ମକ ଓ ନକରାତ୍ମକ ଦିଗ ଉପରେ ବିଚାର କରାଯାଉଛି ।
ଦଳ ମଧ୍ୟରେ ଯେଉଁମାନଙ୍କ ନାଁ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚା ହେଉଛି ସେମାନେ ହେଉଛନ୍ତି:- ପଦ୍ମନାଭ ବେହେରା(ଏସ.ସି), ଶଶୀଭୂଷଣ ବେହେରା(ଏସ.ସି), ବିଜୟ ରଞ୍ଜନ ସିଂ ବରୀହା(ଏସ.ଟି), ସୁଦାମ ମରାଣ୍ଡି(ଏସ.ଟି), ଟୁକୁନି ସାହୁ(ଓ.ବି.ସି/ଓମେନ), ପ୍ରଫୁଲ୍ଲ ମଲ୍ଲିକ(ଓ.ବି.ସି) ଶୀର୍ଷରେ ରହିଛନ୍ତି । ଯଦି ନୀତିଶ କୁମାରଙ୍କ ପରି ମୁଖ୍ୟମନ୍ତ୍ରୀ ଆସନ ଛାଡି ମୁଖ୍ୟମନ୍ତ୍ରୀ ଜାତୀୟ ଓ.ବି.ସି ରାଜନୀତି ପାଗ ଭିଡ଼ିବାକୁ ବାହାରନ୍ତି । ତେବେ ମହିଳା ଓ ପଛୁଆ ବର୍ଗ ର ହୋଇଥିବାରୁ ଟୁକୁନି ସାହୁ ଙ୍କୁ ରାଜ୍ୟ କ୍ଷମତା ରାଜନୀତିର ସର୍ବୋଚ୍ଚ ଆସନ ପ୍ରଦାନ କରାଯାଇପାରେ ବୋଲି କୁହାଯାଇଛି ।
ଉପରୋକ୍ତ ସମସ୍ତ ବିଷୟ ନେଇ ତର୍ଜମା ଚାଲିଛି ।