ନୂଆ କ୍ୟୁଏଟି ଟିମର ଦାୟିତ୍ବ ନେବେ ଅନୁପ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାଙ୍ଗିଯାଇଥିବା କୁଇକ ଆକ୍ସନ ଟିମ ପୁନର୍ବାର ଗଠନ ହେବାକୁ ଯାଉଛି ।ନୂତନ କମିଶନର ସତ୍ୟଜିତ ମହାନ୍ତି ଙ୍କ ଦ୍ଵାରା ଏହି ଟିମ ଗଠନ ହେବାକୁ ଯାଉଛି ଏବଂ ଏହି ଟିମର ଦାୟିତ୍ବ ଜଣେ ଦକ୍ଷ ଏସିପିଙ୍କୁ ଦିଆଯିବ ବୋଲି ଶୁଣିବାକୁ ମିଳୁଛି । ପୂର୍ବରୁ ସୂଚାରୁ ରୂପେ ଦାୟିତ୍ବ ତୁଲାଇ ଥିବା ସ୍ପେଶାଲ ସ୍କୁୱାର୍ଡର ମୁଖ୍ୟ ଓ ବର୍ତ୍ତମାନ ର ଟ୍ରାଫିକ ଏସିପି ଅନୁପ କନୁନଗୋଙ୍କୁ ଏହି ଦାୟିତ୍ବ ଦେବାକୁ ମନୋନୀତ କରାଯାଇଥିବା ଜଣାପଡିଛି । କାରଣ ସ୍ପେଶାଲ ସ୍କୁୱାର୍ଡର ମୁଖ୍ୟ ଭାବରେ ନିଷ୍ଠାର ସହ ଦାୟିତ୍ବ ତୁଲାଇ ଓ ଅପରାଧ ଦମନ କ୍ଷେତ୍ରରେ ତାଙ୍କ ଦକ୍ଷତା ଅନୁପ ପ୍ରମାଣିତ କରିସାରିଛନ୍ତି । ପୂର୍ବରୁ କ୍ୟୁଏଟିର ଦାୟିତ୍ୱ ଏସଆଇ ଙ୍କ ଅଧୀନରେ ରହୁଥିଲା କିନ୍ତୁ ଏହାର ସୁପର ଭିଜନ ପାଇଁ ଜଣେ ଆଇଆଇସି ସହ ଜଣେ ଏସିପି ମଧ୍ୟ ରହିଥିଲେ । କିନ୍ତୁ ଏଥିରେ ଦୁର୍ନୀତି ହେବାର ପରିଲକ୍ଷିତ ହେବାରୁ ଦୁଇ ଦୁଇ ଥର ଏହାକୁ ଭାଙ୍ଗି ଦିଆଯାଇଥିଲା । ତେଣୁ ଏଥିପାଇଁ ଦକ୍ଷ ଏସିପି ଭାବରେ ଜଣାଶୁଣା ଅନୁପ କନୁନଗୋଙ୍କୁ ଏହି ଦାୟିତ୍ବ ଦିଆଯିବ ପୋଲିସ ମହଲରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁଯାୟୀ, ପୁର୍ବତନ କମିଶନର ଡା.ଆର ପି ଶର୍ମା ଅପରାଧ ଦମନ ପାଇଁ କ୍ୟୁଏଟି ଟିମ ଗଠନ କରିଥିଲେ । ଏହି କ୍ୟୁଏଟି ଟିମ ପକ୍ଷରୁ ଅପରାଧ କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ପୂର୍ବରୁ କରାଯାଇଛି । ପ୍ରଥମ ଥର ଆକାଶ ରଣା ଏହି ଦାୟିତ୍ୱରେ ଥିଲେ । କ୍ଷମତାର ଅପବ୍ୟବହାର କୁ ନେଇ ତାଙ୍କୁ ବିତାଡ଼ିତ କରାଯିବ ପରେ ଦ୍ୱିତୀୟ ଥର ପାଇଁ ଦୀପକ ଲେଙ୍କାଙ୍କୁ ଏହାର ମୁଖ୍ୟ ଭାବରେ ଦାୟିତ୍ୱ ଦିଆଯାଇଥିଲା । ସେ ଦୁଇ ଦୁଇ ଥର ପୁରସ୍କାର ପାଇବା ପରେ କିଛିଦିନତଳେ ତାଙ୍କୁ ମଧ୍ୟ ନିଲମ୍ବନ କରାଯିବା ପରେ ଟିମ କୁ ଭାଙ୍ଗି ଦିଆଯାଇଥିଲା ।

Leave a comment