ଅବୈଧ ସଂପର୍କ ରଖିଥିଲେ , ବାହା ହେବାକୁ କହିବାରୁ ମାରି ଦେଲେ ଅନୁପ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଳ୍ପନା ଦାଶଙ୍କ ସହ ଅବୈଧ ସଂପର୍କ ରଖିଥିଲେ ଅନୁପ । ସେ ବାହା ହବାକୁ କହିବାରୁ କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅ ବବଲି ଦାଶଙ୍କୁ ହତ୍ୟା କରିଥିଲେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ। ଛତିଶଗଡ଼ର ରାୟଗଡ଼ ଏସ୍‌ପି ସନ୍ତୋଷ ସିଂହ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନାରୁ ଜଣାପଡ଼ିଛି।

ଏସ୍‌ପିଙ୍କ କହିବା ଅନୁଯାୟୀ, କଳ୍ପନା ୨୦୦୫ରେ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ୨୦୧୧ରେ ସେ ଅନୁପଙ୍କ ସଂପର୍କରେ ଆସିଥିଲେ ଓ ଦୁହେଁ ଏକାଠି ରହୁଥିଲେ। ଅନୁପ ଭୁବନେଶ୍ୱର ସୁନ୍ଦରପଦାରେ ଫ୍ଲାଟ କିଣି କଳ୍ପନା ଓ ତାଙ୍କ ଝିଅ ବବଲିଙ୍କୁ ରଖିଥିଲେ। ୫ ବର୍ଷ ଏକାଠି ରହିବା ପରେ କଳ୍ପନା ତାଙ୍କୁ ବାହା ହେବାକୁ କହିଥିଲେ। ତେବେ ନିଜର ପରିବାର ଥିବାରୁ ଅନୁପ ବାହା ହେବାକୁ ମନା କରି ଦେଇଥିଲେ। ଆଉ ତା’ପରେ କଳ୍ପନାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ଅନୁପ। ତାଙ୍କୁ ବାହାହେବାକୁ କହି ଛତିଶଗଡ଼ର ରାୟଗଡ଼ ନେଇଥିଲେ। ସେଠାରେ ଏକ ଜଙ୍ଗଲ ରାସ୍ତାରେ ଲୁହା ରଡ୍‌ରେ ପିଟି ପିଟି କଳ୍ପନାଙ୍କୁ ହତ୍ୟା କରାଯାଇଥିଲା। ପ୍ରଥମେ କେବଳ କଳ୍ପନାଙ୍କୁ ହତ୍ୟା କରିବାର ଯୋଜନା କରାଯାଇଥିଲା। ନିଜର ବିଶ୍ୱସ୍ତ ଡ୍ରାଇଭର ଜରିଆରେ ଅନୁପ ହତ୍ୟା ଯୋଜନା କରିଥିଲେ। ତେବେ ଝିଅ ଜାଣିଯିବା ଭୟରେ ତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଉଭୟଙ୍କୁ ହତ୍ୟା କରି ରାସ୍ତାରେ ପକାଇ ଗାଡ଼ି ମଡ଼ା ଯାଇଥିଲା।

ଏସ୍‌ପି ଶ୍ରୀ ସିଂହ କହିଛନ୍ତି, ୨୦୧୬ ମେ ୭ରେ ହମିରପୁର ଜଙ୍ଗଲରୁ କଳ୍ପନା ଓ ତାଙ୍କ ଝିଅଙ୍କ ଶବ ମିଳିଥିଲା। ହତ୍ୟା ପରେ ଗାଡ଼ି ଚଢ଼ାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା।

Leave a comment

You cannot copy content of this page