ଡବଲ ମର୍ଡର ଘଟଣା- ଅନୁପ ସାଏଙ୍କ ଡ୍ରାଇଭର ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଡବଲ ମର୍ଡର ଅପରାଧରେ ଗିରଫ ହେବାପରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୁଲିସ୍ ଅଟକ ରଖିଥିବା ସୂଚନା ମିଳିଛି। ବର୍ଦ୍ଧନଙ୍କୁ ଗତକାଲି ରାତିରେ ପୁଲିସ୍ ଉଠାଇ ନେଇଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ତାଙ୍କୁ ପୁଲିସ୍ କୌଣସି ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି। ଅନ୍ୟପକ୍ଷରେ ବର୍ଦ୍ଧନ ନିର୍ଦ୍ଦୋଷ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।

ପ୍ରକାଶ ଥାଉକି, ଏହି ମାମଲାରେ ବୁଧବାର ରାତିରେ ଛତିଶଗଡ଼ର ରାଇଗଡ଼ ପୁଲିସ୍ ଅନୁପ ସାଏଙ୍କୁ ଉଠାଇ ନେଇଥିବା ବେଳେ ଗୁରୁବାର ଗିରଫ କରିଥିଲା। ତାଙ୍କୁ କାଲି ଗଣମାଧ୍ୟମ ସମ୍ମୁଖକୁ ଅଣାଯିବା ସହିତ ସେ ହିଁ ଏହି ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ରାଇଗଡ଼ ଏସ୍‌ପି ସନ୍ତୋଷ ସିଂହ କହିଥିଲେ। ତା’ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେ ଏବେ ଜେଲ୍‌ରେ ଅଛନ୍ତି। ପଚରାଉଚରା ବେଳେ ଅନୁପ ଦୋଷ ସ୍ୱୀକାର କରିଥିବା ଏସ୍‌ପି କହିଥିଲେ।

ସୂଚନାଯୋଗ୍ୟ, କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅ ବବଲି ଦାଶଙ୍କ ମୃତଦେହ ୨୦୧୬ ମେ ୭ରେ ହମିରପୁର ଜଙ୍ଗଲରୁ ମିଳିଥିଲା। ଲୁହା ରଡ୍‌ରେ ପିଟି ହତ୍ୟା ପରେ ଗାଡ଼ି ଚଢ଼ାଯାଇଥିବା ସେମାନଙ୍କୁ ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ତେବେ ସେମାନଙ୍କୁ ଚିହ୍ନଟ କରିବାକୁ ରାଇଗଡ଼ ପୁଲିସ୍‌କୁ ଏକ ବର୍ଷ ଲାଗିଯାଇଥିଲା। ଏହା ପରେ ମୋବାଇଲ କଲ୍ ରେକର୍ଡ ଯାଞ୍ଚ ପରେ ଏଥିରେ ଅନୁପଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା। ଶେଷରେ ଠୋସ୍ ପ୍ରମାଣ ମିଳିଲା ପରେ ତାଙ୍କୁ ଗୁରୁବାର ଗିରଫ କରାଯାଇଥିଲା।

Leave a comment

You cannot copy content of this page