ଜାଲ ସାର୍ଟିଫିକେଟ ଦେଇ ବିବାଦରେ ଅନୁଭବ

0

ଓଡିଶା ଫାଷ୍ଟ(ବ୍ୟୁରୋ): ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଲେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତାଙ୍କ ଅଭିଯୋଗ ନିଜ ନିର୍ବାଚନୀ ସତ୍ୟପାଠରେ ଭୁଲ ତଥ୍ୟ ଉଲ୍ଲେଖ କରିଛନ୍ତି ସାଂସଦ ଅନୁଭବ । ଆରଟିଆଇରୁ ମିଳିଥିବା ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଭବ କଟକ ଅନୁଭବ କନ୍ଦରପୁର କଲେଜରୁ ଯୁକ୍ତ 3 ପାଠ୍ୟକ୍ରମରେ ପାଠ ପଢୁଛନ୍ତି । ହେଲେ 2014 ନିର୍ବାଚନୀ ସତ୍ୟପାଠ ଅନୁଯାୟୀ ଅନୁଭବ ମିରଟର ସୋଭିଏତ ଯୁନିଭର୍ସିଟି ଅଫ ଟେକ୍ନୋଲୋଜିରୁ ଗ୍ରାଜୁଏସନ କରିଥିବା ନେଇ ଉଲ୍ଲେଖ କରିଛନ୍ତି । କିନ୍ତୁ ଅନୁଭବ ମିରଟର ଯେଉଁ କଲେଜରୁ 2014 ମସିହାରେ ଗ୍ରାଜୁଏସନ ପାସ କରିଥିବା ନେଇ ଉଲ୍ଲେଖ କରିଛନ୍ତି 2010 ମସିହାରେ ଉକ୍ତ ୟୁନିଭର୍ସିଟିକୁ କେନ୍ଦ୍ର ମାନବ ସମ୍ୱଳ ମନ୍ତ୍ରାଳୟ ତରଫରୁ ଡିରେକଗନାଇଜ କରିଦିଆଯାଇଥିବା ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ।ତେଣୁ ଏଠାରେ ନୀଶିକାନ୍ତ ପ୍ରଶ୍ନ କରିଛନ୍ତି ଡିରେକଗନାଇଜ ୟୁନିଭର୍ସିଟିରେ ପାଠ ପଢିଲେ କେମିତି ଅନୁଭବ ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂସଦ ଅନୁଭବ ଏନେଇ ଉତ୍ତର ଦିଅନ୍ତୁ ବୋଲି ନୀଶିକାନ୍ତ ଦାବୀ କରିଛନ୍ତି । ତେବେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଅନୁଭବ 2003 ମସିହାରୁ କନ୍ଦରପୁର କଲେଜର ଛାତ୍ର ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସିଏ ତାଙ୍କ ମାଇଗ୍ରେସନ କଲେଜରୁ ନେଇ ନାହାଁନ୍ତି । ବିନା ମାଇଗ୍ରେସନରେ ସେ କିପରି ଆଉ ଏକ କଲେଜରେ ନାମ ଲେଖାଇଲେ ତାହା ମଧ୍ୟ ଏବେ ସନ୍ଦେହ ଘେରରେ ।

Leave a comment