ଭୋଟ୍ ବାକ୍ସ ନେଇଗଲେ ଦୁର୍ବୃତ୍ତ
ଓଡ଼ିଶା ଫାଷ୍ଟ (ବ୍ୟୁରୋ):ତ୍ରିସ୍ତରୀୟ ନିର୍ବାଚନ ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟର ଭୋଟ୍ ଆରମ୍ଭ ରୁ ଉତ୍ତେଜନା ଦେଖାଦେଇଛି । ପୁଣି କିଛି ସ୍ଥାନରେ ହିଂସା। ପୋଲିସର ଗାଡ଼ି ଭଙ୍ଗାରୁଜା ସାଙ୍ଗକୁ ଭୋଟ୍ ବାକ୍ସ ନେଇଗଲେ ଦୁର୍ବୃତ୍ତ । ଜଗତସିଂହପୁର ଜିଲ୍ଲାର ସଦର ବ୍ଲକର ପଟସରା ର ୧ ନମ୍ବର ୨ ବୁଥ ରୁ ଭୋଟ୍ ବାକ୍ସ ନେଇ ଯାଇଛନ୍ତି ଦୁର୍ବୃତ୍ତ । ପୋଲିସ ଡିଜି କହିଥିବା ମନ୍ତବ୍ୟ ‘ହିଂସା କୁ ବରଦାସ୍ତ କରାଯିବ ନାହିଁ’,ଏହାକୁ ଚ୍ୟାଲେଞ୍ଜ କରିଛନ୍ତି ଦୁର୍ବୃତ୍ତ ।
ସୂଚନା ଅନୁଯାୟୀ: ଆଜି ସକାଳ ୭ ଟାରୁ ଭୋଟ୍ ଆରମ୍ଭ ର କିଛି ସମୟ ପରେ ଦୁର୍ବୃତ୍ତ ମାନେ ଆସି ପଟସରାର ୧ ନମ୍ବର ବୁଥରେ ପଶି ଭୋଟ୍ ବାକ୍ସ ନେଇ ଯାଇଥିଲେ ।
ସେହିପରି ପଟସରା ର ୨ ନମ୍ବର ବୁଥରେ ବି ସମାନ ପରିସ୍ଥିତି ଦେଖିବାକୁ ମିଳିଛି । କିଛି ଦୁର୍ବୃତ୍ତ ଆସି ବୁଥରେ ଭଙ୍ଗାରୁଜା କରି ଭୋଟ୍ ବାକ୍ସକୁ ଲୁଟି ନେଇଛନ୍ତି । ଖବର ପାଇ ଜଗତସିଂହପୁର ଏସପି ବିଡ଼ିଓ ଓ ତହସିଲଦାର ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପ୍ରଥମ ପର୍ଯ୍ୟାୟର ମତଦାନ ବେଳେ ପ୍ରାୟତଃ ଅନେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ପୋଲିସ ଡିଜି ହିଂସା କୁ ବରଦାସ୍ତ କରା ଯିବନାହିଁ ବୋଲି କହିଥିଲେ କିନ୍ତୁ ଦୁର୍ବୃତ୍ତମାନେ ଏହାର ଧଜିଆ ଉଡାଇଛନ୍ତି ।