+୨ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଦିନ ଫର୍ମ ପୂରଣ ସୁଯୋଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): +୨ ଫର୍ମ ପୂରଣ କରିନଥିବା ଛାତ୍ରଛାତ୍ରୀଙ୍କ ପାଇଁ ଶେଷ ସୁଯୋଗ । ୪୫୦ ଟଙ୍କା ଜରିମାନା ଦେଇ ଆସନ୍ତା ୨୮ ଓ ୨୯ ତାରିଖରେ ଫର୍ମ ପୂରଣ କରିପାରିବେ ଏହି ଛାତ୍ରଛାତ୍ରୀ । ଏହା କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ, କରେସ୍‌ପୋଣ୍ଡେନ୍ସ ପାଠ୍ୟକ୍ରମର ରେଗୁଲାର, ଏକ୍ସ-ରେଗୁଲାର ସମସ୍ତଙ୍କ ପାଇଁ ଲାଗୁ । ଏହି ଫର୍ମ ପୂରଣ ପରେ ଡାଟା ପୁନର୍ବାର ଅପଡେଟ୍‌ ହେବ।

ଏସ୍‌ବି ଇ-କଲେକ୍ଟର୍‌ ଆନେକ୍ସ-୨କୁ ୩୧ ତାରିଖ ସୁଦ୍ଧା ମୁଖ୍ୟ ଓ ଜୋନାଲ କାର୍ଯ୍ୟାଳୟରେ ଦାଖଲ କରିବାକୁ କୁହାଯାଇଛି। ୨୮ରୁ ୩୦ ତାରିଖ ମଧ୍ୟରେ ଫି’ ଦାଖଲ କରିବେ।

Leave a comment