ଗୌରୀ ଲଙ୍କେଶ ହତ୍ୟାକାଣ୍ଡରେ ସମ୍ପୃକ୍ତ ଆଉ ୨ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହିଳା ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଆଉ ୨ ଜଣ ଯୁବକଙ୍କୁ ଗିରଫ କରିଛି ତଦନ୍ତକାରୀ ଟିମ। ଗିରଫ ଦ୍ଵୟ ହେଲେ ଊତ୍ତର କର୍ଣ୍ଣାଟକ ହୁବାଲି ଅଞ୍ଚଳର ଗଣେଶ ମୁସ୍କିନ (୨୬ ) ଓ ଅମିତ ବାଦି(୨୭)। ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ତେବେ ସେମାନଙ୍କୁ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଥିବା ବେଳେ ୬ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ମହିଳା ସାମ୍ବାଦିକ ତଥା ସାମାଜିକ କର୍ମୀ ଗୌରୀ ଲଙ୍କେଶଙ୍କୁ ୨୦୧୭ ମସିହା ସେପ୍ଟେମ୍ବର ୫ ତାରିଖରେ ବ୍ୟଙ୍ଗଲୋରଠାରେ ଦୁବୃତ୍ତ୍ୟମାନେ ଅତ୍ୟନ୍ତ ନିର୍ମମ ଭାବରେ ହତ୍ୟା କରିଥିଲେ। ସେତେବେଳେ ତାଙ୍କ ହତ୍ୟାକାରୀଙ୍କ ସମ୍ପର୍କରେ ପୋଲିସ ସୁରାକ ପାଇନଥିବା ବେଳେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ଲାଗି ସାଧାରଣରେ ଦାବି ହୋଇଥିଲା । ପରେ ପୋଲିସ ଏହି ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଟିମକୁ ହସ୍ତାନ୍ତର କରିଥିଲା।

Leave a comment