ଅଁଳା ନବମୀରେ ରାଧାପାଦ ଦର୍ଶନର ମହତ୍ୱ

0

ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ ରହିଛି । ସବୁ ପର୍ବର ମଧ୍ୟ ରହିଛି ନିଜର ସ୍ୱତନ୍ତ୍ର ମାହାତ୍ମ୍ୟ । ଆଜି ହେଉଛି ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି । ଏହି ପବିତ୍ର ତିଥିକୁ ଅଁଳା ନବମୀ ଭାବେ ପୂଜା କରିବାର ପରମ୍ପରା ରହିଛି ।

କାର୍ତ୍ତିକମାସ ଶୁକ୍ଳପକ୍ଷ ନବମୀତିଥି ପବିତ୍ର ଅଁଳା ନବମୀ ବା ଧାତ୍ରୀ ନବମୀ ତଥା ଶ୍ରୀରାଧା ପାଦଦର୍ଶନ ଯାତ୍ରା ରୂପେ ସୁପରିଚିତ । ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇଥିବା ମାନବୀ ରାଧାଙ୍କର ପାଦପଦ୍ମଦ୍ୱୟକୁ ବର୍ଷକେ ଥରେ ନବମୀଦିନ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି । ଏଥିପାଇଁ ଏହା ଏହି ଦିବସ ରାଧାପାଦ ଦର୍ଶନ ନାମରେ ପ୍ରସିଦ୍ଧ। ସାକ୍ଷୀଗୋପାଳର ଏହି ଯାତ୍ରା ପୁରୀ ରଥଯାତ୍ରା ପରେ ଦ୍ୱିତୀୟ ବଡ଼ ଯାତ୍ରା ।କାର୍ତ୍ତିକମାସ ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ ଏହି ଯାତ୍ରା ପାଳିତ ହୁଏ ।

କାର୍ତ୍ତିକ ଶୁକ୍ଳପକ୍ଷ ବଡ଼ ଏକାଦଶୀ ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁର ଶ୍ରୀ ଗୋପାଳଜୀଉ ଓ ଠାକୁରାଣୀ ଶ୍ରୀ ରାଧାରାଣୀଙ୍କର ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ । ବର୍ଷସାରା ଶ୍ରୀଜୀଉଙ୍କୁ ଗହମଜାତ ଦ୍ରବ୍ୟରୁ ପ୍ରସ୍ତୁତ ନୈବେଦ୍ୟ ଲାଗି କରାଯାଏ । କେବଳ ଏହି ଦିନ ସ୍ଥାନୀୟ ମୁଖ୍ୟ ଫସଲ ଧାନରୁ ପ୍ରସ୍ତୁଟ ଚୁଡ଼ାରେ ଚୁଡ଼ାଘଷା ପ୍ରସ୍ତୁତ କରାଯାଇ ଭୋଗ ଦିଆଯାଏ ।

Leave a comment