ମଣିଷକୁ ପଶୁ ଇଞ୍ଜେକସନ ଦେବା ଘଟଣା: ASI ନିଲମ୍ବିତ

0

କରଞ୍ଜିଆ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ମଣିଷକୁ ପଶୁ ଇଞ୍ଜେକସନ ଦେବା ଘଟଣାରେ ASI ନିଲମ୍ବିତ। କାର୍ଯ୍ୟରେ ଅବହେଳା ଯୋଗୁଁ ASI ପବିତ୍ର ମୋହନ ରାଉତଙ୍କୁ ନିଲମ୍ବନ କରିଛନ୍ତି ମୟୁରଭଞ୍ଜ ଏସ୍‌ପି। ନକଲି ଡାକ୍ତର ବିରୋଧରେ ମାମଲା ରୁଜୁ କରାଯାଇଛି।

ଗତ ଶନିବାର ମହୁଲଡିହା ଗାଁର କିଛି ଲୋକ ବିଶ୍ୱନାଥ ବେହେରା ନାମକ ଜଣେ ନକଲି ଡାକ୍ତରକୁ ପଶୁ ଇଞ୍ଜେକସନ ମଣିଷକୁ ଦେବା କାରଣରୁ ମହୁଲଡିହା ଥାନାରେ ଜିମା ଦେଇଥିଲେ। ହେଲେ ସେତେବେଳେ କାର୍ଯ୍ୟରତ ଥିବା ASI ପବିତ୍ର ମୋହନ ରାଉତ କେ ରାଜିନାମା ଲେଖାଇ ନକଲି ଡାକ୍ତରଙ୍କୁ ଛାଡି ଦେଇଥିଲେ।
ପଶୁ ଇଂଜେକସନ ନେଇଥିବା ଶ୍ରୀକାନ୍ତ ମହାନ୍ତଙ୍କ ଲିଖିତ ଅଭିଯୋଗ ପରେ ହତ୍ୟା ଉଦ୍ୟମ, ଭୁଲ ଇଞ୍ଜେକସନ୍‌ ଦେଇ ଠକିବା ଓ କାର୍ଯ୍ୟରେ ଅବହେଳା ପରି ସଙ୍ଗୀନ୍‌ ଦଫାରେ ମାମଲା ରୁଜୁ ହୋଇଥିଲା। ଏହାପରେ ASI ପବିତ୍ର ମୋହନ ରାଉତଙ୍କୁ ନିଲମ୍ବନ କରିଛନ୍ତି ମୟୁରଭଞ୍ଜ ଏସ୍‌ପି।

Leave a comment