ସନ୍ନ୍ୟାସ ନେବା ନେଇ ଟେନିସ୍ ଷ୍ଟାର୍ ଆଣ୍ଡି ମୁରେଙ୍କ ଘୋଷଣା

0

ଟେନିସ୍ ଷ୍ଟାର୍ ଆଣ୍ଡି ମୁରେ ନିଜ ଅବସର ନେଇ ଘୋଷଣା କରିଛନ୍ତି । ବ୍ରିଟେନର ଏହି ମହାନ ଖେଳାଳି ଗତ ଅନେକ ସମୟରୁ ଲଗାତାର ଆହତ କାରଣରୁ କୋର୍ଟ ବାହାରେ ରହୁଥିଲେ । ଏବେ ଆଣ୍ଡି ମୁରେ ନିଜ କ୍ୟାରିୟରର ଶେଷ ମ୍ୟାଚ୍ କେବେ ଖେଳିବେ ତାହା ଘୋଷଣା କରିଛନ୍ତି । ଏହା ବ୍ୟତୀତ ଆଣ୍ଡି ମୁରେ ଆଗାମୀ ୱିମ୍ୱଲଡନ୍ ୨୦୨୪ରେ ଖେଳିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଏବଂ ଘୋଷଣା କରିଛନ୍ତି ଯେ ୟୁଏସ ଓପନ ୨୦୨୪ରେ ଅଂଶଗ୍ରହଣ କରିବେ ନାହିଁ ।

୩୭ ବର୍ଷୀୟ ଆଣ୍ଡି ମୁରେ ଗତ ସପ୍ତାହରେ ପିଠିରେ ସର୍ଜରୀ କରିଥିଲେ । ଏହା ପରେ ବି ସେ ନିଷ୍ପତ୍ତି ନେଇଛନ୍ତି ଯେ ଜୁଲାଇ ୧ରୁ ଆରମ୍ଭ ହେବାକୁ ସିଜିନର ତୃତୀୟ ଗ୍ରାଣ୍ଡସ୍ଲାମ୍ ଖେଳିବେ । ବିଶ୍ୱର ପୂର୍ବତନ ଏକ ନମ୍ୱର ଟେନିସ୍ ଷ୍ଟାର ଆଣ୍ଡି ମୁରେ ଏହାସହ ଘୋଷଣା କରିଛନ୍ତି ଯେ ସେ ପ୍ୟାରିସ୍ ଅଲିମ୍ପିକ ୨୦୨୪ ପରେ ସନ୍ନ୍ୟାସ ନେବେ । ଉଲ୍ଲେଖଯୋଗ୍ୟ ଯେ ତିନି ଥରର ଗ୍ରାଣ୍ଡ ସ୍ଲାମ୍ ବିଜେତା ପୂର୍ବରୁ ଘୋଷଣା କରିଥିଲେ ଯେ ସେ ୨୦୨୪ ସିଜିନରେ ପ୍ରଫେସନାଲ ରୂପେ ଖେଳିବେ ନାହିଁ ।

ଆଣ୍ଡି ମୁରେ କହିଛନ୍ତି ଯେ ମୁଁ ଅନୁଭବ କରୁଛି ଯେ ଏହି ନିଷ୍ପତ୍ତିକୁ ନେବା ପାଇଁ ଶେଷ ମୁହୂର୍ତ୍ତ ଯାଏ ଅପେକ୍ଷା କରିବା ସୁଯୋଗ ପାଇଁ ହକଦାର ଅଟେ । ମୁଁ ନିଜ ଟିମ୍ ସହ ଯାହା ମଧ୍ୟ ଚର୍ଚ୍ଚା ଏବଂ ଆଲୋଚନା କରିଛି, ସେଥିରୁ ମୁଁ ଏହା ସ୍ଥିର କରିଛି ଯେ ମୁଁ ଏହି ଗ୍ରୀଷ୍ମ ପରେ ଖେଳିବି ନାହିଁ । ଏନେଇ ମୁଁ ନିଜ ପରିବାର ସହ ମଧ୍ୟ କଥା ହୋଇଛି, ଅଲିମ୍ପିକ ପରେ ଏକ ସପ୍ତାହ ପାଇଁ ପାରିବାରିକ ଛୁଟି ମଧ୍ୟ ନେବି ।

Leave a comment