ସଡ଼କ ଦୁର୍ଘଟଣାରେ ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ଦେହାନ୍ତ, କ୍ରିକେଟ ଜଗତରେ ଶୋକର ଛାୟା

ମୁମ୍ବାଇ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଅଷ୍ଟ୍ରେଲିଆର ସଫଳ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ଏକ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଛି । ଗତକାଲି ରାତିରେ ନିଜେ କାର୍ ଚଳାଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ସିମଣ୍ଡସ୍ । ୧୯୯୮ ମସିହାରୁ ୨୦୦୯ ମସିହା ଯାଏଁ ଅଷ୍ଟ୍ରେଲିଆର କ୍ରିକେଟର ସଦସ୍ୟ ଥିଲେ ସାଇମଣ୍ଡସ । ନିଜ ଅଲରାଉଣ୍ଡର ଦକ୍ଷତା ପାଇଁ ଅନେକ ମ୍ୟାଚରେ ସେ ଦଳକୁ ଜିତାଇଛନ୍ତି । ବିଶେଷ କରି ଦିନିକିଆରେ ତାଙ୍କର ବ୍ୟାଟିଂ ଓ ବୋଲିଂ ପାଇଁ ସେ ବହୁତ ପରିଚିତ ଥିଲେ । ସେ ଜଣେ ସଫଳ କ୍ରିକେଟର ଥିଲେ ।
ଜଣେ ବିସ୍ଫୋରକ ବ୍ୟାଟସମ୍ୟାନ ସହିତ ଅପ ସ୍ପିନ ବୋଲିଂ ଓ ସ୍ଲୋ ବୋଲିଂ କରିବାରେ ମଧ୍ୟ ତାଙ୍କର ଦକ୍ଷତା ଥିଲା । ସେ ଅଷ୍ଟ୍ରେଲିଆ ପାଇଁ ୧୯୮ ଦିନିକିଆ ଓ ୨୬ ଟି ଦିନିକିଆ ଖେଳିଥିଲେ । ସେ ଅନେକ କାରଣ ଯୋଗୁଁ ସେ ବିବାଦୀୟ ହୋଇଥିଲେ । କିନ୍ତୁ ସବୁବେଳେ ସେ କହିଥାନ୍ତି ମୋ ପାଇଁ ଦେଶ ଆଗ । ହରଭଜନ ସିଂଙ୍କ ମଙ୍କି ଗେଟ ବିବାଦକୁ ନେଇ ମଧ୍ୟ ସେ ବହୁ ଚର୍ଚ୍ଚାରେ ଥିଲେ । ୧୯୮ଟି ଦିନିକିଆରେ ହାସଲ କରିଥିଲେ ୫,୦୮୮ ରନ୍ । ୧୪ଟି ଟି-ଟ୍ୱେଣ୍ଟି ବି ଖେଳିଥିଲେ । ୨୦୦୩ ଓ ୨୦୦୭ ବିଶ୍ୱକପ୍ କ୍ରିକେଟ ବିଜୟୀ ଟିମର ସଦସ୍ୟ ଥିଲେ ସାଇମଣ୍ଡସ । ୨୦୦୯ ମସିହାରେ କ୍ରିକେଟରୁ ଅବସର ନେଇଥିଲେ । ସେ ଆଇପିଏଲ୍ ବି ଖେଳିଥିଲେ ।
ତାଙ୍କ ଅକାଳ ବିୟୋଗ ସାରା କ୍ରିକେଟ ଦୁନିଆକୁ ସ୍ତବ୍ଧ କରି ଦେଇଛି । ତାଙ୍କ ମୃତ୍ୟୁ ଖବରକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଅନେକ କ୍ରିକେଟର । ଆଡାମ ଗିଲଖ୍ରିଷ୍ଟ , ଭିଭିଏସ ଲଖମନ, ମାଇକେଲ ବେଭାନ ଟ୍ୱିଟ କରି ଦଃଖ ପ୍ରକାଶ କରିଛନ୍ତି ।