କେନ୍ଦ୍ର ବିରୋଧରେ ଅନଶନରେ ବସିଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ, ସମର୍ଥନ ଦେଲା କଂଗ୍ରେସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆଜିଠାରୁ ଦିଲ୍ଲୀରେ ଅନଶନରେ ବସିଛନ୍ତି । ସକାଳ ୮ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ସେ ଅନଶନରେ ବସିବେ । ଆନ୍ଧ୍ରପ୍ରଦେଶକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ତଥା ‘ପ୍ରୋଟେଷ୍ଟ ଫର୍ ଜଷ୍ଟିସ’ ଦାବିରେ ସେ ଏହି ଅନଶନରେ ବସିଛନ୍ତି । ତାଙ୍କର ଏହି ଅନଶନକୁ ସମର୍ଥନ ଜଣାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେ କହିଛନ୍ତି, ଆନ୍ଧ୍ର ଲୋକଙ୍କ ସହ ସେ ଅଛନ୍ତି ତେଣୁ ସେ ନାଇଡୁଙ୍କୁ ସମର୍ଥନ ଜଣାଉଛନ୍ତି । ହେଲେ ମୋଦି ଆନ୍ଧ୍ର ପ୍ରଦେଶ ଲୋକଙ୍କୁ ଯେଉଁ କଥା ଦେଇଥିଲେ ତାକୁ ରକ୍ଷା କରିନାହାନ୍ତି । ମୋଦି ସେ ଜଣେ ମିଥ୍ୟାବାଦୀ । ଆହୁରି ମଧ୍ୟ ରାଫାଲ ଡିଲକୁ ନେଇ ସେ ମୋଦିଙ୍କୁ ଘେରିଛନ୍ତି । ରାହୁଲଙ୍କ ମତରେ ଡିଫେନ୍ସ ଡିଲ ପାଇଁ ଆଣ୍ଟି କରପଶନ କ୍ଲଜ ରହିଥାଏ । ହେଲେ ମୋଦି ତ ଏହାକୁ ହଟାଇ ଦେଇଛନ୍ତି । ତେଣୁ ମୋଦି ହିଁ ଚୋରୀ କରିବାର ସୁବିଧା ବାଟ ବାହାର କରି ଦେଇଛନ୍ତି ବୋଲି ରାହୁଲ ମତ ରଖିଛନ୍ତି । 

Leave a comment