ପୁଣି ଶ୍ରୀମନ୍ଦିର ଭିତର ବେଢାର ଫଟୋ ଭାଇରାଲ୍

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ଉଠିଛି ପ୍ରଶ୍ନ। ଶ୍ରୀମନ୍ଦିର ଭିତର ବେଢାର ଫଟୋ ଭାଇରାଲ୍। ସଞ୍ଜୟ ପାଢୀ ଶର୍ମା ନାମକ ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତର ଫଟୋ ନିଜ ଫେସବୁକ ଆଇଡିରେ ଅପଲୋଡ଼ କରିଥିବା ସୂଚନା ।
ଶ୍ରୀମନ୍ଦିର ଭିତରକୁ କ୍ୟାମେରା ଓ ଫୋନ ନେବା ବାରଣ ଥିବା ବେଳେ ଏହି ବ୍ୟକ୍ତି ଜଣକ ଶ୍ରୀମନ୍ଦିର ଭିତରକୁ କିପରି କ୍ୟାମେରା ନେଲେ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ସୁରକ୍ଷାକର୍ମୀ କିପରି ଯାଞ୍ଚ କଲେନି ତାହା ବଡ଼ ପ୍ରଶ୍ନବାଚୀ ।