ଆଚରଣ ବିଧି ଉଲ୍ଲଙ୍ଘନ କଲା ବିଜେପି: ବିଜେଡି ଆଣିଲା ଅଭିଯୋଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରିଛି ବିଜେଡି। ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ପେଟ୍ରୋଲ ପମ୍ପରେ ଲାଗିଛି କେନ୍ଦ୍ର ଶାସିତ ବିଜେପି ସରକାରଙ୍କ ହୋଡିଂ । ଯାହାକୁ ବର୍ତ୍ତମାନ ସୁଦ୍ଧା ହଟାଯାଇନି । ଏମିତି ଅଭିଯୋଗ ନେଇ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଫେରାଦ ହୋଇଛି ବିଜେଡିର ପ୍ରତିନିଧି ଦଳ ।

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସରିଥିବା ବେଳେ ପ୍ରଚାର ଜୋର ଧରିଛି । ଏମିତି ସ୍ଥିତିରେ ଯେଣେତେଣେ ପ୍ରକାରେ କ୍ଷମତାକୁ ଫେରିବାକୁ ବିଜେପି ବିକଳ । ନିର୍ବାଚନ ଆଚରଣ ବିଧି ମାନିବାକୁ ବି ନାରାଜ । ଯାହା ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛି ବିଜେଡି । ଏହାସହ ବିଜେଡି ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରମାଣ ସ୍ବରୂପ କେନ୍ଦ୍ର ସରକାରଙ୍କ ହୋଡିଂର ଫଟୋ ପ୍ରଦାନ କରିଛନ୍ତି ।

Leave a comment