ଅନ୍ୟନ୍ୟାଙ୍କୁ ଏନସିବର ସମନ: ସୋମବାର ହାଜର ହେବକୁ ନୋଟିସ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସୋମବାର ପୁଣି ଅନନ୍ୟାଙ୍କୁ ଏନସିବି ସମନ କରିଛି। ଅନନ୍ୟା ପାଣ୍ଡେଙ୍କ ଡ୍ରଗ୍ସ ଖଟିରେ ଆଉ କିଏ ଥିଲେ ହ୍ୱାଟସ୍ଆପ୍ ଚାଟ୍‌ରୁ ଗୁମର ଖୋଜୁଛି ଏନସିବି । ଆର୍ଯ୍ୟନ ଖାନ୍‌ଙ୍କ ସହ ସମ୍ପର୍କକୁ ଅନନ୍ୟାଙ୍କୁ ଗତକାଲି ୪ ଘଣ୍ଟା ଧରି ଜେରା କରିଥିଲା ଏନସିବି। ଏଥିରେ ଆର୍ଯ୍ୟନଙ୍କ ସହ ବନ୍ଧୁତାଙ୍କୁ ସମ୍ପୂର୍ଣ୍ଣ ରୁପେ ଖଣ୍ଡନ କରିଛନ୍ତି ଅନନ୍ୟା । ହ୍ୱାଟସ୍‌ଆପ୍ ଚାଟ୍‌ ଅନୁସାରେ ଡ୍ରଗ୍ସ କିଏ ଯୋଗାଉଥିଲା, ସିଧାସଳଖ ଡ୍ରଗ୍ସ ପେଡଲରଙ୍କ ସହ ନିଶା କାରବାରରେ ସମ୍ପୃକ୍ତ ଥିଲେ କି ? ପ୍ରତିଥର କେତେ ପରିମାଣରେ ଡ୍ରଗ୍ସ କିଣୁଥିଲେ ଅନନ୍ୟା, କେବେଠାରୁ ଆର୍ଯ୍ୟନ ଖାନ୍‌ ସହ ଡ୍ରଗ୍ସ ସେବନ କରୁଛନ୍ତି, ଏଭଳି ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ଅନନ୍ୟା। ଏପଟେ ଏନସିବି କିନ୍ତୁ ତାଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇନାହିଁ। ଏଥିପାଇଁ ଆସନ୍ତା ସୋମବାର ପୁଣି ଅନନ୍ୟାଙ୍କୁ ଏନସିବି ସମନ କରିଛି।

Leave a comment