ଅନନ୍ତ ବ୍ରତ ପାଇଁ ବିଏମସିର କଟକଣା : ଭକ୍ତଙ୍କୁ ଭିତରକୁ ପ୍ରବେଶ ମନା, ବାହାରେ ଲାଗିଛି ଭିଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଅନନ୍ତ ବ୍ରତ । ଏ ନେଇ ଅନନ୍ତ ବାସୁଦେବ ମନ୍ଦିର ବାହାରରେ ବ୍ରତଧାରୀଙ୍କ ଭିଡ଼ । କୋଭିଡ ଯୋଗୁଁ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ କଟକଣା ରହିଛି । ବିଏମସି ପକ୍ଷରୁ ଏହି କଟକଣା ଲାଗୁ କରାଯାଇଛି । ଆଜି ଅନନ୍ତ ବ୍ରତ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ନଜରରେ ରଖି ବିଏମସି ଏହି ନୋଟିସ ଜାରିକରିଛି । ଏପଟେ ମନ୍ଦିରରେ ସେବାୟତକୁ କେବଳ ପ୍ରବେଶର ଅନୁମତି ମିଳିଛି ।
ମନ୍ଦିରରେ ପ୍ରଭୁଙ୍କ ନୀତିକାନ୍ତି ଚାଲୁଥୁବାବେଳେ ବ୍ରତଧାରୀ ମନ୍ଦିର ବାହାରେ ଥୁବ ବ୍ୟାରିକେଡ୍ ସମୁଝରେ ଭିଡ଼ ଜମାଇଛନ୍ତି । ଅନେକ ବ୍ରତ ଧରି ବିନ୍ଦୁସାଗର କୂଳରେ ମଧ୍ୟ ପୂଜାକରିଥିବା ଦେଖିବାକୁ ମିଳିଛି । ଏହି ବ୍ରତଟି ୧୪ ବର୍ଷ ପର୍ଯ୍ୟନ୍ତ କାରାଯିବାର ପରମ୍ପରା ରହିଛି । ଓପାସ ରଖି ବ୍ରତଧାରୀ ନିଜ ପରିବାରର ମଙ୍ଗଳ କାମନା କରିଛନ୍ତି ।

Leave a comment