ଭୋଟ ଦେବାକୁ ଅପେକ୍ଷାରତ୍ତ ମହିଳାଙ୍କ ମୃତ୍ୟୁ

0

ନୀଳଗିରି, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବାଲେଶ୍ବର ଜିଲ୍ଲାର ନୀଳଗିରି ବ୍ଲକ ଅନ୍ତର୍ଗତ ବରହମପୁର ଗ୍ରାମପଞ୍ଚାୟତର ଚତୁର୍ଥ ପର୍ଯ୍ୟାୟରେ ଏକ ମତଦାନ କେନ୍ଦ୍ରରେ ଜଣେ ବୃଦ୍ଧ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ସରସ୍ୱତୀ ବାରିକ, ଯାହାର ବୟସ ପ୍ରାୟ ୭୦ ବର୍ଷ । ନିଳଗିରି ବ୍ଲକ ଅନ୍ତର୍ଗତ ବରହମପୁର ଗାଁର ବୁଥ ନମ୍ବର ୭ରେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ବୃଦ୍ଧ ମହିଳା ଭୋଟ୍ ଦେବା ପାଇଁ ଧାଡିରେ ଠିଆ ହୋଇଥିବା ବେଳେ ହଠାତ ତଳେ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବରହମପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ମୃତ ମହିଳାଙ୍କ ଶେଷକୃତ୍ୟ ପାଇଁ ଆର୍ଥିକ ସହାୟତା ଦେବାକୁ ଗ୍ରାମବାସୀ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ।

ବାଲେଶ୍ବର ଜିଲ୍ଲାର ୩ ଟି ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀରେ ୨୫ ଗ୍ରାମ ପଞ୍ଚାୟତ ଅଧୀନରେ ୩୫୫ ୱାର୍ଡରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବାକୁ ନୀଳଗିରି ବ୍ଲକ ଅନ୍ତର୍ଗତ ମୋଟ ୯୬,୪୯୧ ଜଣ ଭୋଟର ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ନିଜର ଭୋଟ ଅଧିକାର ସାବ୍ୟସ୍ତ କରୁଛନ୍ତି। ଦିନ ୧ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ ।

Leave a comment

You cannot copy content of this page