ନିୟମ ଉଲଂଘନ କରି ଜଣେ ଅଟୋ ଚାଳକ ଗଣିବେ ୪୭ ହଜାର ୫୦୦ଟଙ୍କା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲାଗୁହେଲା ନୂଆ ଟ୍ରାଫିକ ନିୟମ । ଟ୍ରାଫିକ ନିୟମ ଲାଗୁହେବା ତୃତୀୟ ଦିନରେ ନିୟମ ଭଙ୍ଗ କରିଥିବା ଜଣେ ଅଟୋ ଚାଳକଙ୍କୁ ଦେବାକୁ ପଡିବ ୪୭ହଜାର ୫୦୦ ଟଙ୍କା ଫାଇନ ।

ସୂଚନା ଅନୁଯାୟୀ, ଆଚାର୍ଯ୍ୟବିହାର ଅଞ୍ଚଳରେ ଟ୍ରାଫିକ ପୋଲିସ ଯାଞ୍ଚ ସମୟରେ ହରିବନ୍ଧୁ କହଁର ନାମକ ଜଣେ ଅଟୋ ଚାଳକଙ୍କୁ ମଦ ପିଇ ଗାଡି ଚଲାଇବା ଅଭିଯୋଗରେ ଅଟକାଇ କାଗଜପତ୍ର ଯାଞ୍ଚ କରାଯିବରୁ ଅଟୋର ଅନେକ ବ୍ୟତିକ୍ରମ ଥିବା ସମ୍ନାକୁ ଆସିଥିଲା । ଏହି ଫାଇନ ସବୁ ମିଶି ସମୁଦାୟ ୪୭ ହଜାର ୫୦୦ଟଙ୍କା ହୋଇଥିଲା ।

ଅଟୋ ଚାଳକ ହରିବନ୍ଧୁ ମଦ ପିଇ ଗାଡି ଚଳାଉଥିବାରୁ ୧୦ ହଜାର ଟଙ୍କା ଜରିମାନା । ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡି ଚଳାଉ ଥିବାରୁ ୫ ହଜାର ଗଣିଲେ । ଅନଧିକୃତ ଭାବେ ଗାଡି ଚଲାଉ ଥିବାରୁ ୫ ହଜାର ଟଙ୍କା । ପ୍ରଦୂଷଣ ନିୟମ ଉଲଙ୍ଘନ ପାଇଁ ୧୦ ହଜାର ଟଙ୍କା । ବିନା ରେଜିଷ୍ଟ୍ରେସନରେ ଗାଡି ଚଳାଉଥିବାରୁ ୫ ହଜାର ଟଙ୍କା । ବିନା ପରମିଟରେ ବୁଲୁଥିବାରୁ ୧୦ ହଜାର । ଇନ୍ସୁରାନ୍ସ ନଥିବାରୁ ୨ ହଜାର ଏବଂ ସାଧାରଣ ନିୟମ ଉଲ୍ଲଘଂନ ପାଇଁ ୫୦୦ ଟଙ୍କା ଫାଇନ କରାଯାଇଛି । ଏହି ଜରିମାନା ଟଙ୍କା ଚନ୍ଦ୍ରଶେଖରପୁର ଡ୍ରାଇଭିଂ ଟେଷ୍ଟ ପାର୍କ ଅଫିସରେ ଦାଖଲ କରିବାକୁ ଅଟୋ ଡ୍ରାଇଭରଙ୍କୁ କୁହାଯାଇଛି।

Leave a comment