ସ୍ମାର୍ଟସିଟିକୁ କୃତ୍ରିମ ବନ୍ୟାରୁ ଉଦ୍ଧାର ପାଇଁ ପ୍ରୟାସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଗାଣ ବର୍ଷା ଯୋଗୁଁ ପୁଣିଥରେ ଭୁବନେଶ୍ୱର ରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଛି । ଗତକାଲି ସକାଳୁ ବର୍ଷା ଲାଗିରହିଥିବାରୁ ସ୍ମାର୍ଟସିଟିର ପ୍ରାୟ ସମସ୍ତ ତଳିଆ ଅଞ୍ଚଳରେ ପାଣି ଜମିବା ଆରମ୍ଭ ହୋଇଗଲାଣି । ସହରର ପାଣି ଡ୍ରେନେଜ ସିଷ୍ଟମ ଠିକ ନଥିବାରୁ ଗାଡ଼ି ଚଳାଚଳରେ ମଧ୍ୟ ଅସୁବିଧା ହେଉଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଭାରତୀୟ ପାଣିପାଗ ବିଭାଗ ତରଫରୁ ଭୁବନେଶ୍ୱରରେ ୧୫୦ ମିମି ଅଧିକ ବର୍ଷା ହେବ ବୋଲି ଚେତାବନୀ ଦିଆଯାଇଛି । ଏଥିପାଇଁ ବିଏମସି ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏନେଇ ବଏମସି ପକ୍ଷରୁ ନୀଳକଣ୍ଠେଶ୍ୱର ମନ୍ଦିର ପାଖରେ ଏକ ପମ୍ପ ଲଗାଯାଇଛି । କେବଳ ଏତିକି ନୁହେଁ ଅଗ୍ନିଶମ ବିଭାଗ ତରଫରୁ ମଧ୍ୟ ରତ୍ନଭିଲ୍ଲା ଅଞ୍ଚଳରେ ମଧ୍ୟ ଏକ ପମ୍ପ ଲଗାଯାଇଛି । ଅଧିକ ବର୍ଷାକୁ ନଜର ରଖି ବଏମସି, ଜଳ ସଂଶୋଧନ ବିଭାଗ ଓ ଲୋକ ସ୍ୱାସ୍ଥ୍ୟ ଇଞ୍ଜିନିଅରିଂ ବିଭାଗ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ଅଧିକ ବର୍ଷା ଯୋଗୁଁ ସ୍ଥିତିର ଗମ୍ଭୀରତାକୁ ଦୃ୍ଷ୍ଟିରେ ରଖି ଭୁବନେଶ୍ୱରର ଗୌରୀ ସଙ୍କର ଇଂଲିସ୍ ମିଡ଼ିୟମ୍ ସ୍କୁଲ, ଗ୍ୟାରେଜ ଛକ କେନାଲ ସାଇନ୍,ଗୌରୀ ଗାର୍ଡ଼େନ, ଗୌରୀନଗର ଲେନ୍, ନୂଆଁଗାଁ ମେନ୍ ରୋଡ଼ରେ ବର୍ଷାଜଳ ନିଷ୍କାସନ ପାଇଁ ପୂର୍ବରୁ ପମ୍ପ ଲଗାଯାଇଛି । ସହରର ସ୍ଥିତି ଉପରେ ନଜର ରଖିବା ପାଇଁ ୧୩ଟି ଟିମ୍ କରାଯାଇଛି । ବିଏମସିର ୪୦ ଜଣ ଇଞ୍ଜିନିୟରଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି । ବର୍ଷା ଜଳ ନିୟନ୍ତ୍ରଣ କରିବା ପାଇଁ ବିଏମସି ଏକ ନମ୍ବର ମଧ୍ୟ ଜାରି କରିଛି । ୦୬୭୪-୨୪୩୨୨୮୧ କୁ ଡାଏଲ କରି ସହରବାସୀ ଯୋଗାଯୋଗ କରିପାରିବେ । ଏହାବ୍ୟତୀତ ଲୋକେ ଭୁବନେଶ୍ୱର ଅପରେସନ୍ ସେଣ୍ଟ ନମ୍ବର ୧୮୦୦୩୪୦୦୬୧କୁ କଲ୍ କରି ମଧ୍ୟ ସାହାଯ୍ୟ ମାଗିପାରିବେ ।

Leave a comment

You cannot copy content of this page