କ୍ରିକେଟ ଷ୍ଟମ୍ପରେ ରିକଭରି ଏଜେଣ୍ଟଙ୍କୁ ଆକ୍ରମଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କ୍ରିକେଟ ଷ୍ଟମ୍ପରେ ରିକଭରି ଏଜେଣ୍ଟଙ୍କୁ ଆକ୍ରମଣ । ଏଭଳି ଏକ ଘଟଣା ଅନୁଗୋଳର ଗାନ୍ଧି ମାର୍ଗରେ ଘଟିଯାଇଛି । ଏହି ଆକ୍ରମଣରେ ରିକଭରି ଏଜେଣ୍ଟ ଜଣକ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଚାରିଜଣ ଆକ୍ରମଣକାରୀ ମୁହଁରେ କପଡା ବାନ୍ଧି ରାସ୍ତା ଉପରେ ଏକ ଫାଇନାନ୍ସ କମ୍ପାନୀର ଜଣେ ରିକଭରି ଏଜେଣ୍ଟଙ୍କୁ କ୍ରିକେଟ ଷ୍ଟମ୍ପରେ ଆକ୍ରମଣ କରିଥିଲେ । ଏହି ସବୁ ଘଟଣା ସିସିଟିଭିରେ କଏଦ ହୋଇଛି । ଏହି ଫୁଟେଜ ଅନୁଯାୟୀ ଫାଇନାନ୍ସ କମ୍ପାନୀ କର୍ମଚାରୀ ଦୁର୍ବୃତ୍ତଙ୍କୁ ଯେତେ ଅନୁରୋଧ କଲେ ମଧ୍ୟ ସେମାନେ ତାଙ୍କୁ ପିଟି ରକ୍ତାକ୍ତ କରିଚାଲିଥିଲେ । ଘଟଣାର ଦୁଇଘଣ୍ଟା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଉଦ୍ଧାର କରିଥିଲେ । ପ୍ରେମ ସମ୍ପର୍କକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରୁଛି ପୋଲିସ ।