ଅମିତ୍‌ଙ୍କ ମିଶନ୍‌ ଓଡ଼ିଶା, ଟାର୍ଗେଟରେ ନବୀନ

0

ଓଡ଼ିଶା ଫାଷ୍ଟୃ(ବ୍ୟୁରୋ): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ରବିବାର ପୂର୍ବହ୍ନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ବିରାଟ ରାଲିରେ ତାଙ୍କୁ ଭାଜପା ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା। ଏହାପରେ ସେଠାରେ ବିଭିନ୍ନ ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୧ଟି ସଂସଦୀୟ କ୍ଷେତ୍ର ର ପ୍ରଭାରୀଙ୍କ ସହ ଶାହା ବୈଠକ କରିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ବିସ୍ତାରକମାନଙ୍କ ସହ ବିଚାରବିମର୍ଶ କରିଥିଲେ। ଏହି ଅବସରରେ ନେତାଙ୍କୁ ଅମିତ୍‌ ଶାହା ଗୁପ୍ତ ମନ୍ତ୍ରଣା ଦେଇଥିଲେ। ଯାହା ୧୨୦ ପ୍ଲସ ଯୋଜନାକୁ ସଫଳ କରିବ ବୋଲି କୁହାଯାଉଛି। ସେହିପରି ଅପରାହ୍ନରେ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶାହା ପଞ୍ଚାୟତ ପ୍ରମୁଖଙ୍କୁ ଭେଟି ଗୁରୁମନ୍ତ୍ର ଦେଇଥିଲେ। ପୂର୍ବରୁ ପଞ୍ଚାୟତ ପ୍ରମୁଖଙ୍କୁ ଦିଆଯାଇଥିବା ଟାସ୍କ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିlଲେ। ଆଗାମୀ ୧୫ ଦିନ ଭିତରେ ଶକ୍ତି କେନ୍ଦ୍ର ଓ ବୁଥ କମିଟି ଅଧ୍ୟକ୍ଷମାନେ ଘର ଘର ବୁଲି ମୋଦି ସରକାରଙ୍କ ସଫଳତା ଓ ନବୀନ ସରକାରଙ୍କ ବିଫଳତାର ବାର୍ତ୍ତା ଲିଫ୍ଲେଟ ମାଧ୍ୟମରେ ପହଞ୍ଚାଇବାକୁ ଅମିତ୍‌ କହିଥିଲେ।

ଏଥିସହିତ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ନବିନ ଙ୍କୁ ଟାର୍ଗେଟ କରିଥିଲେ ଅମିତ ଶାହା। କେନ୍ଦ୍ର ଓଡ଼ିଶା ପାଇଁ ୪ ଲକ୍ଷ କୋଟି ଟଙ୍କାର ଯୋଜନା କରିଥିବା ବେଳେ ୨ ଲକ୍ଷ ୧୧ହଜାର କୋଟିରୁ ଅଧିକ ଟଙ୍କା ଅନୁଦାନ ଯୋଗାଇ ଦେଇଛି। ଏହାସତ୍ତ୍ୱେ ଯଦି ରାଜ୍ୟର ବିକାଶ କରିପାରୁନାହାଁନ୍ତି, ତେବେ ତୁରନ୍ତ ଗାଦି ଛାଡ଼ ବୋଲି ନବୀନ ସରକାରଙ୍କୁ ଆହ୍ଵାନ ଦେଇଥିଲେ ଅମିତ। ସେହିପରି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇ ନବୀନଙ୍କୁ ସିଧାସଳଖ ଟର୍ଗେଟ କରିଥିଲେ ଅମିତ। ସେ କହିଥିଲେ, ଯିଏ ହିନ୍ଦୁଙ୍କ ଆଶାକୁ ସୁରକ୍ଷା ଦେଇପାରୁନି, ଓଡ଼ିଶାକୁ କ’ଣ ସୁରକ୍ଷା ଦେବ।

Leave a comment

You cannot copy content of this page