ବିଗ ବି ଅମିତାଭ ବଚ୍ଚନ କରୋନା ପଜିଟିଭ ଚିହ୍ନଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଗ ବି ଅମିତାଭ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅମିତାଭ ବଚ୍ଚନ ଟ୍ଵିଟ୍ କରି ଲେଖିଛନ୍ତି, ମୋ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ହସ୍ପିଟାଲରେ ଭର୍ତ୍ତି ହୋଇଛି। ପରିବାର ଏବଂ ବାକି ସଦସ୍ୟଙ୍କ କରୋନା ଟେଷ୍ଟ କରାଯାଉଛି। ସେମାନଙ୍କ ରିପୋର୍ଟ ଆସିବା ବାକି ରହିଛି। ଗତ ୧୦ ଦିନରେ ଯେଉଁମାନେ ମୋର ନିକଟରେ ଥିଲେ, ସେମାନଙ୍କୁ ମୋର ଅନୁରୋଧ ନିଜର ଟେଷ୍ଟ କରାନ୍ତୁ।
କୁହାଯାଉଛି ଯେ, ଲକ୍ଡାଉନ୍ ପରଠୁ ଅମିତାଭ ବଚ୍ଚନ ନିଜର ନିୟମିତ ସ୍ଵାସ୍ଥ୍ୟ ଯାଞ୍ଚ ପାଇଁ ଥରୁଟିଏ ହେଲେ ହସ୍ପିଟାଲ ଯାଇପାରିନଥିଲେ। ଏବେ ସ୍ଥିତି ଟିକେ ସ୍ଵାଭାବିକ ହେବାରୁ ଏବଂ ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେବାରୁ ଶନିବାର ସନ୍ଧ୍ୟାରେ ସେ ନିଜ ଡାକ୍ତରଙ୍କ ପରାମର୍ଶ କ୍ରମେ ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ନାନାବତୀ ହସ୍ପିଟାଲ ପହଞ୍ଚିଥିଲେ।