କରୋନାରେ ଆକ୍ରାନ୍ତ ହେଲେ ଅମିତାଭ ଓ ଅଭିଷେକ ବଚ୍ଚନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଗ ବି ଅମିତାଭ ବଚ୍ଚନଙ୍କ ପରିବାର କୁ କବଳିତ କରିଛି କରୋନା ଭୂତାଣୁ। ଅମିତାଭ ବଚ୍ଚନ କରୋନା ପଜିଟିଭ୍ ଆସିବା ପରେ ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ପିତା ଅମିତାଭ କରୋନା ପଜିଟିଭ ଆସିବା ପରେ ଅଭିଷେକ ବଚ୍ଚନଙ୍କ କରୋନା ପରୀକ୍ଷା କରାଯାଇଥିଲା। ସମଗ୍ର ବଚ୍ଚନ ପରିବାର ଏବଂ ସେମାନଙ୍କ କର୍ମଚାରୀଙ୍କୁ ପରୀକ୍ଷା କରାଯାଇଥିଲା, ଏହା ପରେ ଅଭିଷେକ ବର୍ତ୍ତମାନ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଅଭିଷେକଙ୍କୁ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଅଭିଷେକ ଟ୍ବିଟ୍ କରି ସୂଚନା ଦେଇଛନ୍ତି।
Earlier today both my father and I tested positive for COVID 19. Both of us having mild symptoms have been admitted to hospital. We have informed all the required authorities and our family and staff are all being tested. I request all to stay calm and not panic. Thank you. 🙏🏽
— Abhishek Bachchan (@juniorbachchan) July 11, 2020
ଏହା ପୂର୍ବରୁ ମିତାଭ ବଚ୍ଚନ କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୭୭ ବର୍ଷୀୟ ଅମିତାଭ ବଚ୍ଚନ ନିଜେ ଟ୍ୱିଟର ମାଧ୍ୟମରେ ସେ କରୋନା ପଜିଟିଭ ଆସିଥିବା ସୂଚନା ଦେଇଛନ୍ତି।