ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ଅମିତ ଶାହ

ମନ୍ଦିରରେ କଲେ ଜଳାଭିଷେକ

0

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ହୋଟେଲରୁ କଡା ସୁରକ୍ଷାବଳରେ ମନ୍ଦିର ଅଭିମୁଖେ ବାହାରିଥିଲେ ଗୃହମନ୍ତ୍ରୀ ଅମିତ ଶାହ । ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ସହ ମନ୍ଦିରରେ ଜଳାଭିଷେକ କରିଛନ୍ତି ଗୃହମନ୍ତ୍ରୀ । ତାଙ୍କ ସାଥୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ ।

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲେ ଅମିତ ଶାହ । ଗୃହମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ନେଇ ମନ୍ଦିର ପରିସରରେ ବ୍ୟାପକ ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଆଜି ଶ୍ରାବଣ ଶେଷ ସୋମବାର ଥିବାରୁ ମନ୍ଦିରରେ କାଉଡିଆଙ୍କ ଭିଡ ରହିବ ତେଣୁ ଗୃହମନ୍ତ୍ରୀଙ୍କ ଗସ୍ତର ୧୫ ମିନିଟ ପୂର୍ବରୁ କାଉଡ଼ିଆ ଓ ଅନ୍ୟ ଶ୍ରଦ୍ଧାଳୁଙ୍କ ଉପରେ କଟକଣା ଲାଗିଥିଲା ।

ଲିଙ୍ଗରାଜ ମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ପୋଲିସ ମୁତୟନ ହୋଇଥିଲେ । ମେ’ ଫେୟରରରୁ ବାହାରିବା ସମୟରେ ମନ୍ଦିରକୁ ସଂଯୋଗ କରୁଥିବା ସବୁ ରାସ୍ତାକୁ ସିଲ୍ କରି ଦିଆଯାଇଥିଲା । ପ୍ରଭୁ ଲିଙ୍ଗରାଜଙ୍କୁ ଶାହଙ୍କ ଦର୍ଶନ ସମୟରେ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଭିତରକୁ କାହାକୁ ପ୍ରବେଶ ନଥିଲା । କେବଳ ସେବାୟତ ଉପସ୍ଥିତ ରହିଥିଲେ । ୨୦-୨୫ ମିନିଟ ଯାଏ ଦର୍ଶନ କାର୍ଯ୍ୟକ୍ରମ ରହିଥିଲା । ଦର୍ଶନ ସାରି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଘରେ ଜଳଖିଆ ଖାଇବା ନେଇ ପହଞ୍ଚିଛନ୍ତି ଗୃହମନ୍ତ୍ରୀ । ଏହାପରେ କଟକ ଅଭିମୁଖେ ବାହାରିବେ ଶାହ ।

ସମ୍ୱର୍ଦ୍ଧନାକଟକରେ ନେତାଜୀଙ୍କ ଜନ୍ମସ୍ଥାନ ବୁଲିବା ସହ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହାପରେ କଟକ ଇନଡ଼ୋର୍ ଷ୍ଟାଡ଼ିୟମରେ ପ୍ରଜାତନ୍ତ୍ରର ୭୫ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ । ସେଠାରୁ ଭୁବନେଶ୍ବର ଫେରି ଦଳୀୟ କାର୍ଯ୍ୟାଳୟରେ ନେତା ଓ କର୍ମୀଙ୍କ ସହ ଆଲୋଚନା କରିବେ ।

Leave a comment