ଶାହଙ୍କ ସମୀକ୍ଷା ବୈଠକ: ଦିଲ୍ଲୀରେ ଆଇସିୟୁ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀରେ କିଛି ଦିନ ହେବ କରୋନା ଭୂତାଣୁ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀରେ ବଢୁଥିବା କରୋନା ଭାଇରସ୍ ମାମଲାକୁ ଦୃଷ୍ଟିରେ ରଖି ସମୀକ୍ଷା ବୈଠକ ଡାକିଥିଲେ। ଏହି ବୈଠକରେ ଦିଲ୍ଲୀରେ ଆଇସିୟୁ ବେଡ୍ ସଂଖ୍ୟା ବୃଦ୍ଧି କରାଯିବା ପାଇଁ ନିଷ୍ପତି ହୋଇଛି। ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ, ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବେଇଜଲ ଏବଂ ସିଏମ ଅରବିନ୍ଦ କେଜ୍ରିୱାଲ ଉପସ୍ଥିତ ଥିଲେ।

ବୈଠକରେ ଅମିତ ଶାହା କହିଛନ୍ତି, ଦିଲ୍ଲୀରେ ଆରଟି- ପିସିଆର ପରୀକ୍ଷା ଦ୍ୱିଗୁଣିତ କରାଯିବ। ଏଥି ସହିତ କେତେକ ସ୍ଥାନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଆଇସିଏମଆର ମୋବାଇଲ୍ ଟେଷ୍ଟିଂ ଭ୍ୟାନ୍ ନିୟୋଜିତ କରାଯିବ। ସେହିପରି ଦିଲ୍ଲୀରେ ପର୍ଯ୍ୟାପ୍ତ କରୋନା ରୋଗୀ ପାଇବା ପାଇଁ କିଛି ଏମସିଡି ହସ୍ପିଟାଲକୁ କୋଭିଡ ଡାକ୍ତରଖାନାରେ ପରିଣତ କରାଯିବ।
ଏହି ବୈଠକରେ ସିଏମ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀର ସବୁଠାରୁ ବଡ ସମସ୍ୟା ହେଉଛି ଆଇସିୟୁ ବେଡ। ତେଣୁ ଆଇସିୟୁ ବେଡ ବୃଦ୍ଧି କରାଯିବ। ଏହି ବୈଠକ ପାଇଁ କେଜ୍ରିୱାଲ କେନ୍ଦ୍ର ସରକାର, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସମୟରେ ସମସ୍ତ ଲୋକ ଏକାଠି କାମ କରିବା ଆବଶ୍ୟକ ଯାହା ଦିଲ୍ଲୀର ଲୋକଙ୍କ ଜୀବନ ବଞ୍ଚିପାରିବ। ଅକ୍ଟୋବର ୨୦ରୁ ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀରେ କୋଭିଡ ଶଯ୍ୟା ସଂଖ୍ୟା ଭଲ କିନ୍ତୁ ଆଇସିୟୁ ବେଡ ସଂଖ୍ୟା କମ୍ ଅଟେ। ଆଗାମୀ ଦୁଇ ଦିନ ମଧ୍ୟରେ ଡିଆରଡିଓ କେନ୍ଦ୍ରରେ ୫୦୦ ଆଇସିୟୁ ବେଡ୍ ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ଆଶ୍ୱାସନା ଦେଇଛନ୍ତି।

Leave a comment