ରାଜ୍ୟସଭା ପଦରୁ ଇସ୍ତଫା ଦେଲେ ଅମିତ ଶାହା, ପଢନ୍ତୁ କାହିଁକି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ନିଜ ସହଯୋଗୀଙ୍କ ସହ କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛନ୍ତି । ତେଣୁ ଅମିତ ଶାହାଙ୍କ ଘରେ ଓ ବିଜେପି ପାର୍ଟି ଅଫିସରେ ଚାଲିଛି ଘନ ଘନ ବୈଠକ । ଆଜି ଦୀର୍ଘ ୫ ଘଣ୍ଟା ଧରି ଅମିତ ଶାହାଙ୍କ ଘରେ ଚାଲି ଥିଲା ବୈଠକ । କାହାକୁ ଦିଆଯିବ କେଉଁ ମନ୍ତ୍ରୀପଦ । ବିଜେପି ପ୍ରଥମେ ତାର ସହଯୋଗୀ ପାର୍ଟି ମାନଙ୍କରୁ ଅତି କମରେ ଜଣ ଜଣଙ୍କୁ ମନ୍ତ୍ରୀପଦ ଦେବାକୁ ସ୍ଥିର କରିଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଅମିତ ଶାହା ରାଜ୍ୟସଭା ପଦରୁ ଇସ୍ତଫା ପଦରୁ ଇସ୍ତଫା ଦେଇଛନ୍ତି । ଶାହାଙ୍କ ଇସ୍ତଫା ସେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ହେବା ନେଇ ସ୍ପଷ୍ଟ ଇସାରା ଦେଉଛି ।

ସୂଚନା ଅନୁଯାୟୀ, ପୂର୍ବରୁ ଅରୁଣ ଜେଟଲି ଓ ସୁଷମା ସ୍ୱରାଜ ଅର୍ଥ ବିଭାଗ ଦାୟିତ୍ୱ ତୁଲାଇବେ ନାହିଁ ବୋଲି ସୂଚନା ଦେଇସାରିଛନ୍ତି । ତେଣୁ ଏହି ଦାୟିତ୍ୱ ଅମିତ ଶାହାଙ୍କୁ ମିଳିବାର ସମ୍ଭାବନା ଥିବା ଚର୍ଚ୍ଚା ହେଉଛି । ଏବଂ ଅମିତ ଶାହାଙ୍କ ରାଜ୍ୟସଭା ପଦରୁ ଇସ୍ତଫା ଦେବା ଖବର ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି ।

ସେହିପରି ପିୟୁଷ ଗୋଏଲ, ରାଜନାଥ ସିଂ, ନିର୍ମଳା ସୀତାରମଣ ଓ ନୀତିନ୍ ଗଡକରୀଙ୍କ ପୁନର୍ବାର ମନ୍ତ୍ରୀପଦ ପାଇବା ସମ୍ଭାବନା ଅଧିକ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Leave a comment

You cannot copy content of this page