ପୁରୀରେ ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ, ୧୨ଟି ସଂସ୍କାର ପ୍ରସ୍ତାବର ରିପୋର୍ଟ ଦେବେ ସୁପ୍ରିମକୋର୍ଟରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଁଚିବା ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାଇ ଆଜି ସକାଳୁ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉ ଙ୍କ ଦର୍ଶନ କରିଥିଲେ । ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବି ଗୋପାଳ ସୁବ୍ରମଣ୍ୟମଙ୍କୁ ଶ୍ରୀମନ୍ଦିର ସଂସ୍କାର ପାଇଁ ନିଯୁକ୍ତ କରାଯାଇଛି ।
ସେବାୟତଙ୍କ ବଂଶାୁନକ୍ରମିକ ସେବା ଓ ଦାନ ଉପରେ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବାକୁ ଥିବାରୁ ଗୋପାଳ ସୁବ୍ରମଣ୍ୟମ ଶ୍ରୀଜୀଉଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଳାପାଳଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି । ଏହାପରେ ସେ ଗୋବର୍ଦ୍ଧନ ମଠ ପରିଦର୍ଶନ କରିବା ସହ ଶ୍ରୀମନ୍ଦିର ସଂସ୍କାର ନେଇ ଶଙ୍କରାଚାର୍ଯ୍ୟ ଙ୍କ ସହ ଆଲୋଚନା କରିବେ । ସନ୍ଧ୍ୟାରେ ରାଜ୍ୟ ସରକାର ନିଯୁକ୍ତ କରିଥିବା ତିନି ଜଣିଆ କମିଟି ସହମଧ୍ୟ ଏସମ୍ୱନ୍ଧରେ ଆଲୋଚନା କରିବେ । ସୁପ୍ରିମକୋର୍ଟ ଦେଇଥିବା ୧୨ଟି ସଂସ୍କାର ପ୍ରସ୍ତାବ ମଧ୍ୟରୁ କେଉଁ ପ୍ରସ୍ତାବକୁ ବିରାଧ କରାଯାଉଛି ଓ କାହିଁକି କରାଯାଉଛି ଏସମ୍ୱନ୍ଧରେ ସମସ୍ତ ରିପୋର୍ଟ ସୁପ୍ରିମକୋର୍ଟକୁ ଦେବେ ଗୋପାଳ ସୁବ୍ରମଣ୍ୟମ ।
ଗୋପାଳ ସୁବ୍ରମଣ୍ୟମଙ୍କ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ସେବାୟତଙ୍କ ବଂଶାୁନକ୍ରମିକ ସେବା ଓ ଦାନ ଉପରେ ଆସନ୍ତା ୨୪ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି କରିବେ ।