ଚୀନକୁ ଚେକ ଦେବାକୁ ଆମେରିକା, ଭାରତ, ଅଷ୍ଟ୍ରେଲିଆ ଓ ଜାପାନ ଏକଜୁଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚୀନ ବିରୋଧରେ ସମଗ୍ର ବିଶ୍ବ ଏବେ ଏକଜୁଟ୍ ହେବାରେ ଲାଗିଛି ବୋଲି ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ କହିଛନ୍ତି। ସି ଜିନପିଙ୍ଗଙ୍କ ନେତୃତ୍ବ ଚୀନର ଶାସକ କମ୍ୟୁନିଷ୍ଟ ପାର୍ଟି ଅନ୍ୟ ରାଷ୍ଟ୍ର ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଉଦ୍ୟମ କରୁଛି। ଚୀନର ସାମରିକ ଶକ୍ତି ବୃଦ୍ଧି, କୂଟନୈତିକ ଉଦ୍ୟମ, ବେଲ୍ଟ ଆଣ୍ଡ ରୋଡ ପ୍ରକଳ୍ପ, ଭାସମାନ ରାଷ୍ଟ୍ର ଗଠନ ପ୍ରତିଟି କାର୍ଯ୍ୟ ଅନ୍ୟ ରାଷ୍ଟ୍ର ଉପରେ ଆଧିପତ୍ୟ ବିସ୍ତାର କରିବାର ଉଦ୍ଦେଶ୍ୟ ରହିଛି। ପମ୍ପିଓ କହିଛନ୍ତି ଯେ ଭାରତ, ଅଷ୍ଟ୍ରେଲିଆ, ଜାପାନ, ଦକ୍ଷିଣ କୋରିଆ ଭଳି ରାଷ୍ଟ୍ର ଆମେରିକା ସହିତ ମିଶି ଚୀନର ଅନୈତିକ କାର୍ଯ୍ୟକୁ ବିରୋଧ କରିବା ଲାଗି ଏକଜୁଟ୍ ହୋଇଛନ୍ତି। ଚୀନ ବିରୋଧରେ ଏହିସବୁ ରାଷ୍ଟ୍ର ବିଭିନ୍ନ ପ୍ରକାର ଅର୍ଥନୈତିକ ଓ କୁଟନୈତିକ କଟକଣା ଲାଗୁ କରିବାକୁ ପଦକ୍ଷେପ ନେଇଛନ୍ତି। ବିଶେଷକରି ଭାରତ ଓ ଆମେରିକାର ଅର୍ଥନୈତିକ କଟକଣା ଯୋଗୁଁ ଚୀନ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛି। ସେ କହିଛନ୍ତି ଯେ ଦକ୍ଷିଣ ଚୀନ ସାଗରରେ ଚୀନ ସାର୍ବଭୌମତ୍ବ ଅଧିକାରକୁ ଆମେରିକା ଖଣ୍ଡନ କରିଛି। ଆମେରିକା କହିଛି ଦକ୍ଷିଣ ଚୀନ ସାଗର ଉପରେ ଚୀନର କୌଣସି ଅଧିକାର ନାହିଁ।

Leave a comment

You cannot copy content of this page