ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ୩ ଦିନିଆ ଭାରତ ଗସ୍ତ, ଟ୍ରମ୍ପ ଓ ମୋଦିଙ୍କ ବୈଠକ ସମ୍ୱନ୍ଧରେ ମିଳିପାରେ ସୂଚନା

ଆତଙ୍କବାଦ, ଏଚ୍ ଓ୍ବାନ୍ ବି ଭିସା ଓ ଋଷିଆ ସହ ମିସାଇଲ ଡିଲ୍ ନେଇ ହେବ ଆଲୋଚନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ । ମଙ୍ଗଳବାର ରାତିରେ ସେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଥିଲେ । ମାଇକ ପୋମ୍ପିୟୋଙ୍କ ଏହି ଗସ୍ତ ଯୋଗୁ ଆମେରିକା-ଭାରତ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବାର ସମ୍ଭାବନା ରହିଛି । ପୋମ୍ପିୟୋ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ଏବଂ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଭେଟିବେ । ତେବେ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କୁ ସେ ଅଲଗା ଅଲଗା ସମୟରେ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଉଭୟ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।

ଏଥିସହ ଆତଙ୍କବାଦ ସମସ୍ୟା, ଏଚ୍ ଓ୍ବାନ୍ ବି ଭିସା ଓ ଋଷିଆ ସହ ମିସାଇଲ ଡିଲ୍ ଆଦି ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯିବ । ତେବେ ଆସନ୍ତା ସପ୍ତାହରେ ଜାପାନରେ ହେବାକୁ ଥିବା ଜି-୨୦ ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ହେବ କି ନାହିଁ ସେ ନେଇ ଆଜି ବୈଠକ ପରେ ସୂଚନା ମିଳିବ ।

Leave a comment