ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, 2 ମୃତ

0

ଓଡିଶା ଫାଷ୍ଟ : ବାଲେଶ୍ବର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଦାଣ୍ଡକାଳୀ ମନ୍ଦିର ନିକଟରେ ଏକ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇଜଣଙ୍କ ର ମୃତ୍ୟୁ ଘଟିଛି।
ଆମ୍ବୁଲାନ୍ସ ଟି ରୋଗୀକୁ ଛାଡ଼ି ଭୁବନେଶ୍ବରରୁ କୋଲକାତା ଫେରୁଥିବା ବେଳେ ଦାଣ୍ଡକାଳୀ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଡିଭାଇଡ଼ର ଡେଇଁ ବିପରୀତ ଦିଗରେ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା । ତେବେ ଅମ୍ବୁଲାନ୍ସରେ ଥିବା ଅନ୍ୟ ଜଣେ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।
ତେବେ ଦୁର୍ଘଟଣାଗ୍ରସ୍ତ ଟ୍ରକଟି ରାସ୍ତା ପାର୍ଶ୍ଵ ଦୋକାନ ମଧ୍ୟରେ ପଶିଯାଇଥିଲା । ଯାହାଫଳରେ ସେଥିରେ ଥିବା ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।

Leave a comment