ବିଜେପିରେ ସାମିଲ ହେବେ ଅମରନ୍ଦର ସିଂ!
ଗତବର୍ଷ କଗ୍ରେସ ଛାଡ଼ିଥିବା ଅମରନ୍ଦର ସିଂ ବିଜେପିରେ ସାମିଲ ହେବା ନେଇ ସମ୍ଭାବନା ଲାଗି ରହିଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ ପଞ୍ଜାବର ପୂର୍ବ ମୁଖ୍ୟମନ୍ତ୍ରୀ ଅମରନ୍ଦର ସିଂ ପିିଠିର ସର୍ଜରୀ ପାଇଁ ଏବେ ଲଣ୍ଡନରେ ରଖୁଛନ୍ତି। ସେ ଆଗାମୀ ସପ୍ତାହରେ ଭାରତ ଫେରିପାରନ୍ତି।
ସୂଚନାଥାଉକି ଆସନ୍ତା ସପ୍ତାହରେ ଫେରିବା ପରେ ସେ ତାଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସକୁ ବିଜେପି ସହିତ ମିଶ୍ରଣ କରିପାରନ୍ତି। ଅମରିନ୍ଦରଙ୍କର ସର୍ଜରୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସପ୍ତାହରେ ତାଙ୍କ ସହିତ କଥା ହୋଇଥିଲେ। ଗତ ବର୍ଷ ମୁଖ୍ୟନ୍ତ୍ରଳୀ ପଦରୁ ବାହାରିବା ପରେ କ୍ୟାପ୍ଟେନ ଅମରିନ୍ଦର ସିଂ କଂଗ୍ରେସରୁ ବାହାରି ଯାଇ ପଞ୍ଜାବ ଲୋକ କଂଗ୍ରେସ ନାମରେ ଏକ ସ୍ବତନ୍ତ୍ର ରାଜନୈତିକ ଦଳ ଗଠନ କରିଥିଲେ। କ୍ୟାପଟେନ୍ ଅମରିନ୍ଦର ସିଂ ଗତ ପାଞ୍ଚ ଦଶନ୍ଧୀ ଧରି କଂଗ୍ରେସ ସହିତ ଥିଲେ।