ରବିବାର ଦିନ ଫିଟିକିରିରେ କରନ୍ତୁ ଏହି ଉପାୟ,ମିଳିବ ଋଣ ଭାରରୁ ମୁକ୍ତି

ଆମେ ସମସ୍ତେ ଜାଣିଛେ ଫିଟିକିରି ଶରୀର ପାଇଁ ଖୁବ ଉପଯୋଗୀ l କିନ୍ତୁ ଫିଟିକିରି ଗୋଟିଏ ଏଭଳି ଜିନିଷ ଯାହା ଆମକୁ ଅନେକ ପ୍ରକାରର ନକାରାତ୍ମକ ଶକ୍ତି ଠାରୁ ଦୁରେଇ ରଖିଥାଏ l ଶାସ୍ତ୍ର ଅନୁସାରେ ରବିବାର ଦିନ ଫିଟିକିରି ଦ୍ୱାରା କିଛିଟା ଉପାୟ କରିବା ଦ୍ୱାରା ଜୀବନ ରେ ସଫଳତା ପ୍ରାପ୍ତି ହୋଇଥାଏ l ଆମର ସୂର୍ଯ୍ୟ ଦୁର୍ବଳ ରହିବା ଦ୍ୱାରା ଜୀବନ ରେ ସଫଳତା ପ୍ରାପ୍ତି ହୋଇଥାଏ l
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି କିଛି ଜିନିଷ ଥାଏ ଯାହାକୁ ଆମେ ନିର୍ଦ୍ଧିଷ୍ଟ ଗୋଟିଏ ଦିନରେ ନିଜ ଜୀବନ ରେ ପ୍ରୟୋଗ କରି ସୁଖ ସମୃଦ୍ଧି ଲାଭ କରିଥାଉ ।
ରବିବାର ଦିନ ଟି ସୂର୍ଯ୍ୟ ଦେବଙ୍କ ବାର ଅଟେ । ଏହିଦିନ ଆପଣ ସୂର୍ଯ୍ୟଙ୍କ ଭଳି ଶକ୍ତି ଓ ବୁଦ୍ଧି ଲାଭ କରିବା ପାଇଁ ଫିଟିକିରି ରେ ଏହିସବୁ ଉପାୟ କୁ ଆପଣନ୍ତୁ ।
* ବ୍ୟବସାୟ ରେ ଉନ୍ନତି ପାଇଁ –
ରବିବାର ଦିନ ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ପରେ ଗୋଟିଏ ନାଲି କପଡ଼ା ରେ କିଛିଟା ଫିଟିକିରି କୁ ବାନ୍ଧି ସୂର୍ଯ୍ୟ ମନ୍ତ୍ର ଜପ କରି ଲକ୍ଷ୍ମୀଙ୍କ ନିକଟରେ ରଖି ଦିଅନ୍ତୁ । ଦେଖିବେ ଆପଣଙ୍କର ବ୍ୟବସାୟ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ ।
* ଋଣ ଭାରରୁ ମୁକ୍ତି ପାଇବା ପାଇଁ –
ରବିବାର ଦିନ କୌଣସି ସୂର୍ଯ୍ୟ ମନ୍ଦିର ରେ ଫିଟିକିରି କିଛିକୁ ନେଇ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରନ୍ତୁ । ଏହାଦ୍ବାରା ଆପଣ ଋଣ ଭାର ରୁ ମୁକ୍ତି ପାଇବେ ।
* ଧନ ସଞ୍ଚୟ ପାଇଁ –
ଅଧିକାଂଶ ଲୋକ ଧନ ଅନେକ ରୋଜଗାର କରି ଥାଆନ୍ତି । କିନ୍ତୁ ଏହାକୁ ସଞ୍ଚୟ କରି ପାରି ନ ଥାଆନ୍ତି । ତେଣୁ ରବିବାର ଦିନ ଫିଟିକିରି ଓ କର୍ପୁର ଜଳାଇ ଆଳତି କରନ୍ତୁ । ଏହାଦ୍ବାରା ଆପଣଙ୍କ ଧନ ହାନି ରୁ ମୁକ୍ତି ପାଇବେ ।
* ଜୀବନ ରେ ସମସ୍ତ ବିପଦ ରୁ ମୁକ୍ତି ପାଇବା ପାଇଁ –
ପ୍ରତି ରବିବାର ଦିନ ସୂର୍ଯ୍ୟ ଦେବଙ୍କ ନିକଟରେ ଦୁଗ୍ଧ ଓ ଫିଟିକିରି ରେ ଅର୍ଘ୍ୟ ଦିଅନ୍ତୁ । ଏହାପରେ ସେହି ଅର୍ଘ୍ୟ କୁ କିଛି ମାତ୍ରାରେ ନିଜ ମସ୍ତକ ରେ ତିଳକ ଭାବରେ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲ କରିବେ।
* ସୂର୍ଯ୍ୟ ଦେବ ହେଉଛନ୍ତି ଶକ୍ତିର ଦେବତା । ତାଙ୍କ ସାନିଧ୍ୟ ଲାଭ କରିବା ପାଇଁ ପ୍ରତି ରବିବାର ଦିନ ସୂର୍ଯ୍ୟ ଚାଳିଶା ପାଠ କରନ୍ତୁ ଓ ଜୀବନ ରେ ସମସ୍ତ ବିପଦ ରୁ ମୁକ୍ତି ମିଳିଥାଏ।