ହାଇଦ୍ରାବାଦ ଥିଏଟରରେ ପ୍ରଶଂସକଙ୍କ ସହ ବସି ଫିଲ୍ମ ଦେଖିବେ ଅଲୁ ଅର୍ଜୁନ

ସାଉଥ ସିନେମାର ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’ ଶୁକ୍ରବାର ଦିନ ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି। ଫିଲ୍ମ ନିର୍ମାତା ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୁପରଷ୍ଟାର ଅଲୁ ଅର୍ଜୁନ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦନା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମଟି ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ କମାଲ ଦେଖାଇଛି। ଦର୍ଶକ ଏବଂ ସମାଲୋଚକମାନଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ପାଉଛି।
ସୂଚନା ଅନୁଯାୟୀ, ହାଇଦ୍ରାବାଦର ପ୍ରସିଦ୍ଧ ଥିଏଟର ସାନ୍ଧ୍ୟାରେ ୭୦ ଏମ.ଏମରେ ଏକ ସ୍ୱତନ୍ତ୍ର ସ୍କ୍ରିନିଂରେ ଅଲୁ ଅର୍ଜୁନ ତାଙ୍କ ପ୍ରଶଂସକଙ୍କ ସହ ‘ପୁଷ୍ପା’ ଦେଖିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ସହ କୋ-ଷ୍ଟାର ରଶ୍ମିକା ମନ୍ଦନା ଏବଂ ନିର୍ଦ୍ଦେଶକ ସୁକୁମାର ମଧ୍ୟ ରହିବେ।