ଆଲମାରି କେଉଁ ଦିଗରେ ରଖିଲେ ବଢି ଚାଲେ ଅମାପ ଧନ-ସମ୍ପତ୍ତି

0

ଆପଣଙ୍କ ଘରେ ଆପଣ ଆଲମୀରା ନିଶ୍ଚିତ ରଖୁଥିବେ । ଆଲମୀରା ହେଉ କିଅବା ଆପଣ ଯେଉଁ ଜାଗାରେ ଧନ ଅର୍ଥାତ ଟଙ୍କା’ ରୂପା’ ସୁନା’ ଗହଣା ଆଦି ରଖୁଛନ୍ତି ଏ ସବୁ ଜିନିଷ କେଉଁ ଦିଗରେ ରଖିଲେ ଆପଣଙ୍କୁ ଧନ ଲାଭ ହେବ । ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ । ପ୍ରାଏ ସମସ୍ତେ କହିଥାନ୍ତି ଯେ କୁବେର ଙ୍କ ଦିଗ ହେଉଛି ଦକ୍ଷିଣ ଦିଗ ଅର୍ଥାତ ଦକ୍ଷିଣ ଦିଗରେ ରହିବା ଉଚିତ । ଆପଣ ଜାଣି ନଥିବେ କୁବେର ଙ୍କ ଦିଗ ହେଉଛି ଉତ୍ତର ଦିଗ ମାତ୍ର କୁବେର ଙ୍କ ଦୃଷ୍ଟି ର ଦିଗ ହେଉଛି ଦକ୍ଷିଣ ଦିଗ । ଆପଣ ମାନେ ଦକ୍ଷିଣ ଦିଗରେ ଆଲମୀରା ଅଥବା ଯେଉଁଠାରେ ଧନ ରଖୁଛନ୍ତି ତାହାକୁ ଦକ୍ଷିଣ ଦିଗ ରେ ଥିବା କାନ୍ଥ ପାଖରେ ରଖନ୍ତୁ । କାରଣ ମାତା ଲକ୍ଷ୍ମୀ ଏବଂ କୁବେର ଙ୍କ ଦୃଷ୍ଟି ଦକ୍ଷିଣ ଦିଗ କୁ ପଡିଥାଏ । ଏଣୁ ଆପଣ ଦକ୍ଷିଣ ଦିଗ ଅନୁଯାୟୀ ଆଲମାରୀ ରଖିଲେ ଆପଣଙ୍କର ଧନ ଲାଭ ହେବ । ମାତ୍ର ଯଦି ଆପଣ ଉତ୍ତର ଦିଗ ରେ ଆଲମାରୀ ରେ ଟଙ୍କା ରୂପା ତଥା ଧନ ରଖନ୍ତି ତେବେ ତାହା ଯମଙ୍କୁ ଦୃଷ୍ଟି ପଡିବ । ଯଦି ଆପଣ ନିଜ ପୂଜା ଘରେ ଶଙ୍ଖ ରଖୁଛନ୍ତି ଯଦି ଆପଣ ଦକ୍ଷିଣ ଦିଗରେ ଶଙ୍ଖ ରଖିଥିବେ ତାହା ଉତ୍ତର ମୁଖା ହୋଇ ରହିବ । ଏଭଳି ରଖିଲେ, କୁବେର ଙ୍କ ଦୃଷ୍ଟି ହେବ ଏବଂ ଆପଣଙ୍କ ଘରେ ଧନ ଧାନ୍ୟ ର ବୃଦ୍ଧି ହେବ ।

ପଶ୍ଚିମ ଦିଗ ଏବଂ ପୂର୍ବ କୋଣ ଯେଉଁଠାରେ ମିଶି ଯାଉଛି ତାହାକୁ କୁହାଯାଏ ନୈରୁତ କୋଣ । ଏହି କୋଣ ସବୁଠାରୁ ଉତ୍କୃଷ୍ଠ କୋଣ ଅଟେ ଯେଉଁଠାରେ ଆମ୍ଭେ ଆମ୍ଭର ଧନ ସଞ୍ଚୟ କରି ପାରିବା । ମାତ୍ର ଯଦି କିଛି ଅସୁବିଧା ହୋଇଥାଏ ତେବେ ଦକ୍ଷିଣ ଦିଗ ର କାନ୍ଥ କୁ ଲଗାଇ ଆପଣ ଆଲମୀରା ରଖି ପାରିବେ ଏବଂ ଆଲମୀରା ଯେତେବେଳେ ଖୋଲିବ ତାହା ଉତ୍ତର ଦିଗ ଆଡକୁ ଖୋଲିବ । ଏହା ଫଳରେ କୁବେର ଙ୍କ ଦୃଷ୍ଟି ସେହି ଧନ ଆଡକୁ ପଡିବ ଏବଂ ଆପଣଙ୍କ ଧନର ବୃଦ୍ଧି ହେବ । ବାସ୍ତୁ ଶାସ୍ତ୍ରରେ ଅନେକ ଏଭଳି ନିୟମ ରହିଅଛି ଯାହାକୁ ପାଳନ କରିଲେ ଆମର ବହୁତ ଲାଭ ହୋଇଥାଏ । କୁବେର ଉତ୍ତର ଦିଗର ଅଧିପତି ଅଟନ୍ତି । ମାତ୍ର ସେ ଦକ୍ଷିଣ ଦିଗ କୁ ନିଜର ଦୃଷ୍ଟି କରି ରହିଥାନ୍ତି । ଯେତେବେଳେ ଘରର ବାସ୍ତୁ ଠିକ ଥିବା ସେତେବେଳେ ସମସ୍ତ ଜିନିଷ ଠିକ ରହିବ ।

ବାସ୍ତୁ ବୋଲି କିଛି ଅଛି ଏହି କଥା କୁ ବହୁତ ଜଣ ଗ୍ରହଣ କରିପାରିଛନ୍ତି । ମାତ୍ର ଯଦି ବାସ୍ତୁ ବୋଲି କିଛି ନଥାନ୍ତା ତା ହେଲେ ଲୋକେ ଘର ଅଥବା ଜାଗା କିଣିବା ବେଳେ ସମୟ ତିଥି ନକ୍ଷେତ୍ର କାହିଁକି ଦେଖିଥାନ୍ତି ? ସବୁର ପଛରେ ବାସ୍ତୁ ରହିଅଛି ଯଦି ଆମ୍ଭେ ସେ ସବୁକୁ ମାନି ଚାଲିବ ତେବେ ଆମ୍ଭର ବହୁତ ଉନ୍ନତି ହେବ । ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a comment