ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗ, ଆର୍ମି କଷ୍ଟଡିକୁ ଗଲେ ମେଜର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ସେନା ବାହିନୀର ବରିଷ୍ଠ ଅଧିକାରୀ ମେଜର୍ ସୌମ୍ୟ ରଞ୍ଜନ ମିଶ୍ରଙ୍କୁ ଗିରଫ୍ କରିଥିଲା ପୋଲିସ୍ । ଜାମିନ ନାମୁଞ୍ଜର ହେବାରୁ ତାଙ୍କୁ ଆର୍ମି କଷ୍ଟଡିକୁ ପଠା ଯାଇଛି ।
ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା କୋର୍ଟ। ଆଉ କୋର୍ଟରେ ଉପସ୍ଥିତ ଥିଲେ ମାନ୍ୟବର ବିଚାରପତି। ଅଭିଯୁକ୍ତ, ପୀଡିତା ଓ ପରିବାର ଲୋକଙ୍କ ଉପସ୍ଥିତିରେ ଉଭୟ ପକ୍ଷଙ୍କ ଓକିଲ ରଖୁଥିଲେ ଯୁକ୍ତି। ରାତି ୮.୩୦ରୁ ଆରମ୍ଭ ହୋଇଥିବା ଶୁଣାଣି ରାତି ୨ଟା ପର୍ଯ୍ୟନ୍ତ ଚାଲିଥିଲା। ଶେଷରେ ଅଭିଯୁକ୍ତ ମେଜରଙ୍କୁ ବିଚାର ବିଭାଗୀୟ ହାଜତ ବଦଳରେ ଆର୍ମି କଷ୍ଟଡିକୁ ପଠାଇଲେ କୋର୍ଟ।
ପତ୍ନୀଙ୍କ ଅଭିଯୋଗ, ଯୌତୁକ ପାଇଁ ମେଜର ସୌମ୍ୟ ଓ ତାଙ୍କ ପରିବାର ଲୋକ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ।