ଘରେ ଏହିସବୁ ଜିନିଷ ରହୁଥିଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗିରହେ ଝଗଡା; ଖୁବ ଶୀଘ୍ର ଘରୁ କାଢି ଦିଅନ୍ତୁ ସେହିସବୁ ଜିନିଷ

ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲେ ଘରୁ କାଢି ଦିଅନ୍ତୁ ଏହି ସବୁ ଜିନିଷ । ବିବାହ ଏପରି ଏକ ବନ୍ଧନ ଅଟେ ଯାହା ଦ୍ୱାରା ଦୁଇ ଜଣଙ୍କର ଜୀବନ ପରସ୍ପର ଭିତରେ ଯୋଡି ହୋଇଯାଏ । ପତି ପତ୍ନୀଙ୍କ ସମ୍ପର୍କ ହେଉଛି ପ୍ରେମ ଏବଂ ଝଗଡା ର ସମ୍ପର୍କ। ପତି ପତ୍ନୀଙ୍କର ସମ୍ପର୍କ ଯେତିକି ମଜବୁତ ହୋଇଥାଏ ସେତିକି ଦୁର୍ବଳ ମଧ୍ୟ ହୋଇଥାଏ ।
ଝଗଡା ହେବା ଦ୍ୱାରା ପ୍ରେମ ସମ୍ପର୍କରେ ବୃଦ୍ଧି ପାଇଥାଏ । ଏହି ଯୁକ୍ତି ତର୍କ ଯେ ଯାଏ ଭଲରେ ରହିବ ସେତେଦିନ ଯାଏ ସବୁ ଠିକ ରହିବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ବଢିଯାଏ ତାହାଲେ ସମ୍ପର୍କରେ ଦୂରତା ବଢିଯାଏ । ଯେଉଁ କାରଣରୁ ଦାମ୍ପତ୍ୟ ଜୀବନରେ ତିକ୍ତତା ଭାବ ସୃଷ୍ଟି ହୋଇଯାଏ । ଏହା ଉଭୟ ପରିବାର ମଧ୍ୟରେ ମାନସିକ ପରିସ୍ଥିତି ସୃଷ୍ଟି କରିଥାଏ ।
ତେଣୁ ସ୍ୱାମୀ ସ୍ତ୍ରୀଙ୍କ ସମାର୍କକୁ ସଠିକ ସମୟ ମଧ୍ୟରେ ସୁଧାରି ନେବା ଆବଶ୍ୟକ । ଏହାର କାରଣ ନକରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ହୋଇଥାଏ । ଆପଣଙ୍କ ବିବାହ ଜୀବନରେ ଯଦି ବିବାଦ ବଢ଼ିବାରେ ଲାଗିଛି ତେବେ ଶୋଇବା ଘରେ ରଖା ଯାଇଥିବା ପ୍ରତ୍ୟକ ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ ।
ଏମିତି କିଛି ଜିନିଷ ରହିଛି, ଯାହାକୁ ଶୋଇବା ଘର ରଖିବା ଦ୍ୱାରା ଦାମ୍ପତ୍ୟ ଜୀବନ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ତେଣୁ ଏହି ଜିନିଷ ଗୁଡିକୁ ଶୋଇବା ଘରୁ ବାହାର କରିଦେବା ଉଚିତ । ଶୋଇବା ଘରେ ଦେବୀ ଦେବତାଙ୍କ ଫୋଟୋ । ଯଦି ଶୋଇବା ଘର ଦେବୀ ଦେବତା ଙ୍କ ଫୋଟୋ ରଖା ଯାଇଛି ତେବେ ଯଥା ଶୀଘ୍ର ବାହାର କରି ଦିଅନ୍ତୁ ।
ଏହାକୁ ପୂଜା ସ୍ଥାନରେ ରଖିଲେ ଶୁଭ ହୋଇଥାଏ । ଆପଣ ଏହି ଜିନିଷ କେବେ ବି ନିଜ ଶୋଇବା ଘର ରଖନ୍ତୁ ନାହିଁ । ଖଟ ଉପରେ କଳା ରଙ୍ଗର ଚାଦର ବିଛାନ୍ତୁ ନାହିଁ । କଳା ରଙ୍ଗକୁ ନକରାତ୍ମକର ପ୍ରତୀକ କୁହାଯାଏ । ଏହା ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ନକରାତ୍ମକତା ବଢିଥାଏ ।
ଶୋଇବା ଘର ଝରଣା ବହୁଥିବାର ଫଟୋ ଲଗାନ୍ତୁ ନାହିଁ । ଶୋଇବା ଘରେ ବହି ଯାଇଥିବା ପାଣିର ଫୋଟୋ ଲଗାନ୍ତୁ ନାହିଁ । ଶୋଇବା ଘରେ ଖରାପ ହୋଇଥିବା ବୈଦୁତିକ ଉପକରଣ ଲଗାନ୍ତୁ ନାହିଁ । ଲୁହା ଏବଂ ବୈଦୁତିକ ଉପକରଣ ବାହାର କରି ଦିଅନ୍ତୁ । ଏହା ଦ୍ୱାରା ପତି ପତ୍ନୀଙ୍କ ସମ୍ପର୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇଥାଏ ।