ମେ ୨ ତାରିଖ ଯାଏଁ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

0

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ୨୮ ଏପ୍ରିଲ୍‌ରୁ ମେ ୨ ତାରିଖ ଯାଏଁ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ନେଇ ଘୋଷଣା ହୋଇଛି ।

କ୍ଲାସ୍‌ ବନ୍ଦ ରହିଥିଲେ ମଧ୍ୟ ଏହି ସମୟ ମଧ୍ୟରେ ହେବାକୁ ଥିବା ପରୀକ୍ଷା ଚାଲୁ ରହିବ । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସୂଚନା ଦେଇଛି । ରାଜ୍ୟରେ ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି ।

Leave a comment