ଲଗାଣ ବର୍ଷା ପାଇଁ ଆଜି ରାଜଧାନୀର ସବୁ ସ୍କୁଲ ଛୁଟି !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଗାଣ ବର୍ଷା କୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ରକୁ ଆସନ୍ତାକାଲି ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ରାଜ୍ୟର ପ୍ରାୟ ସ୍ଥାନରେ ହେଉଛି । ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ପରିସ୍ଥିତି ଦେଖି ଜିଲ୍ଲାପାଳ ମାନେ ସ୍କୁଲ ଛୁଟି ହେବ କି ନାହିଁ ତାହାର ନିଷ୍ପତି ଜିଲ୍ଲାପାଳ ନେବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଗତ ଦୁଇ ଦିନ ରାଜ୍ୟରେ ଲଘୁଚାପ ବର୍ଷା ଜାରି ରହିଛି । ଏପରିକି ଆସନ୍ତା ୨୪ ଘଣ୍ଟାରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେଣୁ ଏଭଳି ସ୍ଥିତିରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଓ ଭୁବନେଶ୍ୱରର ସମସ୍ତ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ।

ସେହିପରି ପ୍ରବଳ ବର୍ଷା ଯୋଗୁଁ ଗତକାଲି କଟକର ସମସ୍ତ ସ୍କୁଲ ବନ୍ଦ ରଖିବାକୁ କଟକ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।

Leave a comment

You cannot copy content of this page