ନିଖୋଜ ଥିବା ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଅଛନ୍ତି
ସୁରକ୍ଷିତ ଅଛନ୍ତି ପାରାଦୀପ ସମୁଦ୍ରରେ ନିଖୋଜ ଥିବା ସମସ୍ତ ମତ୍ସ୍ୟଜୀବୀ । ଏନେଇ ସୂଚନା ଦେଇଛନ୍ତି ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡା । ୮ ତାରିଖରେ ଓଏନଜିସିର ସର୍ଭେ କାମରେ ୧୩ ଜଣ ମତ୍ସ୍ୟଜୀବୀ ନିୟୋଜିତ ଥିଲେ । ୧୦ ତାରିଖରୁ ଏମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।୨ଟି ଟ୍ରଲର ଭଡା କରି ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନେଇଥିଲା ଓଏନଜିସି ।
ଯେଉଁଠାରୁ ଏହି ଟ୍ରଲର ନିଖୋଜ ହୋଇଛି ତାହା ପାରାଦୀପରୁ ୧୮୦ କିଲୋମିଟର ଦୂରରେ ରହିଛି । ଗୋଟିଏ ବୋଟରେ ୬, ଅନ୍ୟ ବୋଟରେ ୭ ଜଣ ଥିଲେ ବୋଲି ସୂଚନା ରହିଛି । ନିଖୋଜ ହୋଇଥିବା ମତ୍ସ୍ୟଜୀବୀ କେନ୍ଦ୍ରାପଡ଼ା, ପୁରୀ ଓ ଜଗତସିଂହପୁରର ବୋଲି ସୂଚନା ରହିଛି । ହେଲେ ଏମାନଙ୍କ ପରିଚୟ ମିଳିପାରି ନାହିଁ । ତେବେ ସମସ୍ତ ମତ୍ସ୍ୟଜୀବୀ ୨ଟି ଟ୍ରଲରରେ ମଝି ସମୁଦ୍ରରୁ ଫେରୁଥିବା ଜଣାପଡ଼ିଛି ।