୨୧ ଦିନ ଯାଏ ଦେଶରେ ଲକ ଡାଉନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଭାଇରସକୁ ଦୃଷ୍ଟିରେ ରଖି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ମଙ୍ଗଳବାର ରାତି ୧୨ଟାରୁ ସମଗ୍ର ଦେଶରେ ଲକ ଡାଉନ ହେବ। ଏହି ଲକ ଡାଉନ ୨୧ ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହାର ନାଁ ଲକ ଡାଉନ ରହିଥିଲେ ହେଁ କର୍ଫ୍ୟୁ ଭଳି ଲୋକମାନଙ୍କୁ ଘରୁ ବାହାରିବାକୁ ମନା କରିଛନ୍ତି ମୋଦି।

କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି। ୨୧ ଦିନ ସମସ୍ତେ ଲକ ଡାଉନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବେ। ଯଦି କେହି ଏହାକୁ ଅଣଦେଖା କରିବ, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୋଦି କହିଛନ୍ତି।

କରୋନା ଯେଉଁଭଳି ମହାମାରୀ ରୂପ ଧାରଣ କରିଛନ୍ତି, ଯଦି ୨୧ ଦିନ ଆମେ ଘରେ ନ ରହିବା, ତା’ହେଲେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ। ତେଣୁ କରୋନା ପାଇଁ ଭାରତ ସରକାର ବାଧ୍ୟ ହୋଇ ଆଜି ମଧ୍ୟରାତ୍ରରୁ ସମଗ୍ର ଦେଶକୁ ଲକ ଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି ଆପଣମାନେ ଘରେ ନ ରହିବେ, ତା’ହେଲେ କିଛି ପରିବାର ସଂପୂର୍ଣ୍ଣ ଲୋପ ପାଇଯିବ। କରୋନା ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ଏଭଳି ପଦକ୍ଷେପ ଜରୁରୀ ଥିଲା। ଆପଣମାନେ ଦେଶର ଯେଉଁଠି ରହିଛନ୍ତି, ଏବେ ସେଇଠାରେ ହିଁ ରୁହନ୍ତୁ ବୋଲି ମୋଦି କହିଛନ୍ତି।

Leave a comment