ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ: ସବୁ ସରକାରୀ ଓ ଘରୋଇ ହସ୍‌ପିଟାଲରେ ରହିବ କୋଭିଡ୍ ହେଲ୍‌ପ ଡେସ୍କ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ହସ୍‌ପିଟାଲରେ କୋଭିଡ୍ ହେଲ୍‌ପ ଡେସ୍କ ରହିବ । ଏ ନେଇ ସରକାର ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ହସ୍‌ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ସମସ୍ତ ହସ୍‌ପିଟାଲରେ କୋଭିଡ-୧୯ ଚିକିତ୍ସା ସଂପର୍କିତ ହେଲ୍‌ପ ଡେସ୍କ ରହିବା ବାଧ୍ୟତାମୂଳକ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରି କୁହାଯାଇଛି ଯେ, ସବୁ ହସ୍‌ପିଟାଲରେ କୋଭିଡ ହେଲ୍‌ପ ଡେସ୍କ ୨୪ ଘଣ୍ଟା କାମ କରିବ । ଏଠାରେ ସବୁ ସମୟରେ କର୍ମଚାରୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲ୍‌ପ ଡେସ୍କ ତରଫରୁ ରାଜ୍ୟସ୍ତରୀୟ ପ୍ରାଧିକୃତ ଅଧିକାରୀଙ୍କୁ ଜଣାଇବେ। ସେହିଭଳି ଡିଏମଇଟିଙ୍କୁ ମଧ୍ୟ ହେଲ୍‌ପ ଡେସ୍କ ତଥ୍ୟ ଜଣାଇବ । ରାଜ୍ୟ ସରକାର ନିର୍ଦ୍ଦେଶନାମାରେ କହିଛନ୍ତି ଯେ, ହେଲ୍‌ପ ଡେସ୍କ ଫୋନ ବ୍ୟତୀତ ସାମାଜିକ ଗଣମାଧ୍ୟମରେ ମଧ୍ୟ ସକ୍ରିୟ ରହିବେ । ହେଲ୍‌ପ ଡେସ୍କର କର୍ମଚାରୀ ରୋଗୀଙ୍କ ପ୍ରତ୍ୟେକ କଥା ଶୁଣି ସକରାତ୍ମକ ପରାମର୍ଶ ଦେବାକୁ ନିର୍ଦ୍ଦେଶ ହୋଇଛି ।

Leave a comment