୧୦ରୁ ସମସ୍ତ କଲେଜ, ୟୁନିଭର୍ସିଟି ବନ୍ଦ ନିଷ୍ପତ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ନୂଆ ଭେଟିଏଣ୍ଟ ଓମିକ୍ରନ୍ ସଂକ୍ରମଣ ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି । ଯାହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ର ବିଷୟ ପଲଟିଲାଣି । ଏହି ନୂଆ ଭେଟିଏଣ୍ଟ ସଂକ୍ରମଣରୁ ଛାତ୍ରଛାତ୍ରୀ ଙ୍କୁ ସୁରକ୍ଷିତ ରହିବା ପାଇଁ ପୂର୍ବରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଆଜିଠାରୁ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ମାତ୍ର କରୋନା ସଂକ୍ରମଣ ହଠାତ ଦୁଇଗୁଣିତ ହେବାରୁ ଆସନ୍ତା ୧୦ ତାରିଖରୁ ରାଜ୍ୟର ସମସ୍ତ କଲେଜ ଏବଂ ୟୁନିଭର୍ସିଟି ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ଏସଆରସି ସୂଚନା ଦେଇଛନ୍ତି । ଅପରପକ୍ଷରେ ଚାଲୁ ରହିବ ମେଡିକାଲ କଲେଜ ଏବଂ ନର୍ସିଂ କଲେଜ ।
ସେହିପରି ଚାଲୁଥିବା ସମସ୍ତ ଅଫଲାଇନ ପରୀକ୍ଷ ଚାଲୁ ରହିବ । ଏବଂ ସମସ୍ତ କଲେଜ, ୟୁନିଭର୍ସିଟି, କୋଚିଂ କ୍ଲାସ ଅନଲାଇନ ଚାଲୁ ରଖିବାକୁ ଅନୁମତି ପ୍ରଦାନ କରାଯାଇଛି ।