ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି, ଜରୁରୀ ଔଷଧ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୃତୀୟ ଲହରକୁ ନଜରରେ ରଖି ସବୁ ଜିଲ୍ଲାପାଳଙ୍କୁ ସ୍ବାସ୍ଥ୍ୟ ସଚିବଙ୍କ ଚିଠି । ଏମରଜେନ୍ସି କୋଭିଡ ରେସ୍ପନସ ପ୍ଲାନ ପ୍ରସ୍ତୁତ କରିବା ପାଇଁ ଚିଠି ଲେଖିଲେ ସ୍ବାସ୍ଥ୍ୟ ସଚିବ । ପ୍ରତ୍ୟେକ ଜିଲ୍ଲା ହସ୍ପିଟାଲରେ ଆରଟିପିସିଆର୍‌ ଟେଷ୍ଟ କିଟ୍‌, ଆଣ୍ଟିଜେନ୍ କିଟ, ଆରଟିପିସିଆର୍‌ ଟେଷ୍ଟ ଲାବ୍‌ ସହ ୮ ପ୍ରକାର ଜରୁରୀ ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଶିଶୁ ବିଭାଗରେ ଅକ୍ସିଜେନ ୨୦ ରୁ ୩୦ ଟି ବେଡ଼ ଓ ୧୨ ବେଡ଼ ବିଶିଷ୍ଟ ଆଇସିୟୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ରହିଛି । ଡିସେମ୍ବର ୨୦୨୧ ସୁଦ୍ଧା ନିର୍ଦ୍ଦେଶିତ ସମସ୍ତ ବ୍ୟବସ୍ଥା କରିବା ପାଇଁ ନିର୍ଦେଶ । ଜିଲ୍ଲା ସଦର ମହକୁମା ଡାକ୍ତରଖାନା, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହ ସମସ୍ତ ହସ୍ପିଟାଲରେ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।

Leave a comment