ମୁମ୍ବାଇ ପୋଲିସକୁ ପୁଣି ଦେଲେ ଏତେ କୋଟି ଟଙ୍କା ଅକ୍ଷୟ କୁମାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବଲିଉଡ ଅଭିନେତା ଅକ୍ଷୟ କୁମାର କରୋନା ଯୋଦ୍ଧାଙ୍କୁ ପୁଣି ସାହାର୍ଯ୍ୟର ହାତ ବଢ଼ାଇଛନ୍ତି। ଅକ୍ଷୟ କୁମାର ମୁମ୍ବାଇ ପୋଲିସ ଫାଉଣ୍ଡେଶନକୁ ୨ କୋଟି ଟଙ୍କାଦାନ କରିଛନ୍ତି। ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ଟୁଇଟ କରି ଅକ୍ଷୟ କୁମାରଙ୍କୁ ତାଙ୍କର ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସିଂହ ଲେଖିଛନ୍ତି ଯେ,ମୁମ୍ବାଇ ପୋଲିସ ଫାଉଣ୍ଡେଶନରେ ୨ କୋଟି ଟଙ୍କା ସହଯୋଗ ପାଇଁ ମୁମ୍ବାଇ ପୋଲିସ ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଜଣାଉଛି।
ଯବାବରେ ଅକ୍ଷୟ କୁମାର କୋଭିଡ-୧୯ ସଂକ୍ରମଣରେ ନିଜର ଜୀବନ ହରାଇଥିବା ହେଡ କନଷ୍ଟେବଳ ଚନ୍ଦ୍ରକାନ୍ତ ପେଣ୍ଡୁରକର ଓ ସନ୍ଦୀପ ସୁର୍ଭେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଏବଂ ନିଜର ପ୍ରଶଂସକଙ୍କୁ ଫାଉଣ୍ଡେଶନରେ ସହଯୋଗ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ସେ ଟୁଇଟରେ କହିଛନ୍ତି, ମୁଁ ମୁମ୍ବାଇ ପୋଲିସର ହେଡ କନଷ୍ଟେବଳ ଚନ୍ଦ୍ରକାନ୍ତ ପେଣ୍ଡୁରକର ଓ ସନ୍ଦୀପ ସୁର୍ଭେଙ୍କୁ ସଲାମ କରୁଛି। ଏହି ଦୁଇ ଜଣ କରେନା ସହ ଲଢ଼େଇ କରି ନିଜ ଜୀବନ ହରାଇଛନ୍ତି। ମୁଁ ମୋର କାମ କରିଛି। ଆଶା କରୁଛି ଅପାଣ ମଧ୍ୟ କରିବେ। ଆମକୁ ମନେ ରିଖିବାକୁ ହେବ ଯେ, ତାଙ୍କ ପାଇଁ ଆମେ ସୁରକ୍ଷିତ ଓ ଜୀବିତ।
ପ୍ରକାଶ ଥାଉକି, ଅକ୍ଷୟ କୁମାର ପୂର୍ବରୁ ପିପିଇ, ମାସ୍କ ଓ ରାପିଡ ଟେଷ୍ଟିଂ କିଟ ପ୍ରସ୍ତୁତ ପାଇଁ ବୃହନମୁମ୍ବାଇ ନଗର ନିଗମକୁ ୩ କୋଟି ଟଙ୍କା ଦାନ କରିଥିଲେ । ସେହିଭଳି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପିଏମ କେୟାର୍ସଫଣ୍ଡକୁ ୨୫କୋଟି ଟଙ୍କା ଦାନ କରିଥିଲେ ।