ଝାରସୁଗୁଡା ବିମାନବନ୍ଦରରେ ଲାଗିବ ଆଇଏଲଏସ

ବର୍ଷା କିମ୍ବା କୋହଲା ପାଗରେ ବାତିଲ ହେବନି ବିମାନ ସେବା

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଝାରସୁଗୁଡା ବିମାନବନ୍ଦରରେ ଲାଗିବ ଆଇଏଲଏସ । ବର୍ଷା ସମୟ ହେଉ କିମ୍ବା କୋହଲା ପାଗରେ ବିମାନସେବା ବାତିଲ ହେବନାହିଁ ।୨୦୧୮ ମସିହାରୁ ଝାରସୁଗୁଡା ବିମାନବନ୍ଦର ଆରମ୍ଭ ହେବା ପରଠାରୁ ସାମାନ୍ୟ କୋହଲା ପାଗ ହେଲେ ବିମାନ ଅବତରଣ କରିବାରେ ଅସୁବିଧା ହେଉଥିଲା । ଫଳରେ ବିମାନ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରି ବିମାନବନ୍ଦରରେ ଆଇଏଲଏସ ଲଗାଇବା ଲାଗି ଦାବି କରୁଥିଲେ । ଏହି ଯନ୍ତ୍ରାଂଶର ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଡିଜିସିଏ ପକ୍ଷରୁ ଏହା ଆରମ୍ଭ କରିବାକୁ ଅନୁମତି ଦେଇଛି । ଫଳରେ ଏବେ ୮ ଶହ ମିଟର ଉଚ୍ଚରେ ଥିବା ବିମାନ ଓହ୍ଲାଇବାରେ ସକ୍ଷମ ହେବ ବୋଲି ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି ।

Leave a comment